ପୁଣି ପରଦାକୁ ଆସିବ କମେଡି ଫିଲ୍ମ ‘ହେରାଫେରି’ର ସ୍ୱିକ୍ୱେଲ! ଆରମ୍ଭ ହେଲାଣି ଫିଲ୍ମର କାମ, ଜାଣନ୍ତୁ ଷ୍ଟାରକାଷ୍ଟରେ ରହିବେ କିଏ?

358

ପରଦାକୁ ଆସିବ ସୁପରହିଟ୍ ଫିଲ୍ମ ହେରା ଫେରିର ସ୍ୱିକ୍ୱେଲ । ୨୦୦୦ ମସିହାରେ ଅକ୍ଷୟ କୁମାର, ପରେଶ ରାୱଳ ଓ ସୁନୀଲ ସେଟ୍ଟିଙ୍କ ଅଭିନୀତ ହେରା ଫେରି ଫିଲ୍ମ ଏବେ ପର୍ଯ୍ୟନ୍ତ ଲୋକଙ୍କର ଫେଭରିଟ ଫିଲ୍ମ ମଧ୍ୟରୁ ଅନ୍ୟତମ ରହିଛି । ହେରା ଫେରି ଫିଲ୍ମ ଏହି ୩ ଅଭିନେତାଙ୍କ ପାଇଁ କ୍ୟାରିୟରର ଟର୍ଣ୍ଣିଂ ପଏଣ୍ଟ ଥିଲା । ସବୁଠୁ ବଡ କଥା ହେଲା, ଏବେ ମଧ୍ୟ ଲୋକେ ଏହି ଫିଲ୍ମକୁ ବେଶ ପସନ୍ଦ କରନ୍ତି । ପ୍ରିୟଦର୍ଶନ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ । ଏହି ଫିଲ୍ମର ଲୋକପ୍ରିୟତା ଦେଖି ନୀରଜ ପାଣ୍ଡେ ଏହାର ସ୍ୱିକ୍ୱେଲ ମଧ୍ୟ ନିର୍ମାଣ କରିଥିଲେ ।

ସ୍ୱିକ୍ୱେଲ ଫିଲ୍ମଟି ପ୍ରଥମ ଫିଲ୍ମ ଭଳି ସଫଳତା ପାଇନଥିଲେ ମଧ୍ୟ ବକ୍ସ ଅଫିସରେ ଭଲ ଆୟ କରିଥିଲା । ଆଉ ଏସବୁ ଭିତରେ ପ୍ରଯୋଜକ ଫିରୋଜ ନାଡିଆୱାଲା ନିର୍ଦ୍ଦେଶକ ଇନ୍ଦ୍ର କୁମାରଙ୍କ ସହ ମିଶି ହେରାଫେରିର ତୃତୀୟ ଭାଗ ନିର୍ମାଣ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହି ଫିଲ୍ମର ସ୍କ୍ରିପ୍ଟିଂ ଏବେ ଲେଖା ଚାଲିଛି ବୋଲି ସୂଚନା ମିଳିଛି । ଟୋଟାଲ ଧମାଲ ଫିଲ୍ମ ରିଲିଜ ହେବା ପରେ ଇନ୍ଦ୍ର କୁମାର ପୁଣି ହେରାଫେରି-୩ର କାମ ଆରମ୍ଭ କରିବେ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, ସ୍କ୍ରିପ୍ଟିଂକୁ ନେଇ ଫିଲ୍ମ ନିର୍ମାଣରେ ବିଳମ୍ବ ଦେଖିବାକୁ ମିଳୁଛି । ତେବେ ପୂରା ଷ୍ଟାରକାଷ୍ଟ ଏହି ଫିଲ୍ମକୁ ନେଇ ବେଶ ଉତ୍ସାହିତ ଅଛନ୍ତି । କିନ୍ତୁ ଫିଲ୍ମର କାହାଣୀକୁ ନେଇ କୌଣସି ପ୍ରକାର ସାଲିସ କରିବାକୁ ଚାହୁଁନାହାନ୍ତି ଏଥିରେ ଅଭିନୟ କରୁଥିବା କଳାକାର । ଏହା ପୂର୍ବରୁ ଖବର ଆସିଥିଲା ଯେ, ପ୍ରଯୋଜକ ଫିରୋଜ ନାଡିୟାଡୱାଲାଙ୍କ ସହ ମତାନ୍ତର ଯୋଗୁଁ ଅକ୍ଷୟ କୁମାର ଫିଲ୍ମ କରିବେ ନାହିଁ ବୋଲି ନିଷ୍ପତି ନେଇଥିଲେ । କିନ୍ତୁ ଏବେ ଫିଲ୍ମକୁ ଦୃଷ୍ଟିରେ ରଖି ଦୁହିଁଙ୍କ ମଧ୍ୟରେ ବୁଝାମଣା ହୋଇଛି ଓ ଅକ୍ଷୟ କୁମାର ଏହି ଫିଲ୍ମରେ ଅଭିନୟ କରିପାରନ୍ତି ବୋଲି ଜଣାପଡିଛି ।