କନକ ବ୍ୟୁରୋ: ଥାନାବାବୁଙ୍କ ଥାର୍ଡ ଡିଗ୍ରୀ । କାରଣ ନକହି ଯୁବକଙ୍କୁ ପିଟିଲେ । ଯୁବକ ଜଣକ ବାହାରେ ବୁଲୁଥିବା ବେଳେ ପୁଲିସ ତାଙ୍କୁ ରାସ୍ତାରୁ ଉଠାଇ ନେଇଥିଲେ । ଥାନାରେ ରଖିବା ସହିତ କାରଣ ନକହି ନିଧୂର୍ମ ପିଟିଚାଲିଥିଲେ । ସିଂଘାଣିମୁଣ୍ଡାର ସୁରେଶ ସାହୁଙ୍କୁ ପୁଲିସ ଉଠାଇ ନେଇ ମାଡ ମାରିବା ପରେ ତାଙ୍କୁ ଆଣି ଘରେ ଛାଡି ଦେଇଛନ୍ତି । ବଲାଙ୍ଗୀର ଦେଓଗାଁ ବନ୍ଧପଡ଼ା ଥାନା ଅଧିକାରୀଙ୍କ ନାଁରେ ଆସିଛି ଏହି ଅଭିଯାଗ । ମାଡ ଖାଇବା ପରେ ସୁରେଶ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ଘଟଣା ନେଇ ଏସପିଙ୍କୁ ଲିଖିତ ଅଭିଯୋଗ କରାଯାଇଛି । ଏନେଇ ତଦନ୍ତ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଜଣାଇଛନ୍ତି ।
ଥାନାବାବୁଙ୍କ ଥାର୍ଡ ଡିଗ୍ରୀ । ବିନା କାରଣରେ ଥାନାରେ ଯୁବକଙ୍କୁ ମାଡ ମାରିଲେ ବନ୍ଧପଡ଼ା ପୁଲିସ ।
/kanak/media/post_attachments/wp-content/uploads/2022/10/11-17.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)