ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ : ୨ ଯୁବକଙ୍କୁ ୪ ଦିନ ଧରି ନିସ୍ତୁକ ମାଡ ମାରିଲେ କାର୍ଯ୍ୟରତ ସବ ଇନ୍ସପେକ୍ଟର

ପୁଲିସ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଉଠିଲା ଦାବି

83

କନକ ବ୍ୟୁରୋ : ପୁଣି ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ । ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ମୋଟୁ ଥାନାରେ । ଥାନାରେ ୨ ଯୁବକଙ୍କୁ ୪ ଦିନ ଧରି ରଖାଯାଇ ନିସ୍ତୁକ ମାଡ ମରାଯାଇଥିବା ଅଭିଯୋଗ ହୋଇଛି । ମାଡ ମାରିବା ପରେ ପରିବାର ଲୋକ ଆସି ନେଇଯିବାକୁ କହିଥିଲେ କାର୍ଯ୍ୟରତ ସବ ଇନ୍ସପେକ୍ଟର । ସୂଚନା ଅନୁସାରେ ଏକ ଚୋରି ଘଟଣାକୁ କେନ୍ଦ୍ର କରି ଗାଁରେ ପଂଚାୟତ ବସିଥିଲା ।

ସେଠାରେ ୨ ଯୁବକଙ୍କୁ ଦୋଷୀ ସାବ୍ୟସ୍ତ କରି ଥାନାକୁ ହସ୍ତାନ୍ତର କରାଯାଇଥିଲା । ଥାନାରେ ଦଳ ବେହେରା ନାମକ ସବ ଇନ୍ସପେକ୍ଟର ୨ ଅଭିଯୁକ୍ତଙ୍କୁ ଅକଥନୀୟ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଛି । ସେମାନଙ୍କୁ ଏବେ ଏମଭି ୭୯ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ପୁଲିସ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ପରିବାର ଲୋକ । ହେଲେ ମୋଟୁ ଆଇଆଇସି କହିଛନ୍ତି ପୁଲିସ ନୁହେଁ ବରଂ ତାଙ୍କୁ ଗାଁ ଲୋକ ମାଡ଼ ମାରିଛନ୍ତି । ମାଲକାନଗିରି ଏସଡିପିଓ ଏହି ପୁରା ଘଟଣାର ଯାଂଚ କରୁଥିବା ଜଣାପଡ଼ିଛି ।