କନକ ବ୍ୟୁରୋ: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଶୀତଳ ଯୁଦ୍ଧ ଭିତରେ ସାଂସଦ ସୁପ୍ରିୟା ସୁଲେ ଦେଇଛନ୍ତି ଚାଞ୍ଚଲ୍ୟକର ବୟାନ । ଆଗାମୀ ୧୫ ଦିନ ଭିତରେ ଦେଶରେ ଦୁଇଟି ବଡ ରାଜନୈତିକ ବିସ୍ଫୋରଣ ହେବ । ପ୍ରଥମେ ଦିଲ୍ଲୀରେ ଓ ଦ୍ୱିତୀୟରେ ମହାରାଷ୍ଟ୍ରରେ ଏହି ରାଜନୈତିକ ବିସ୍ଫୋରଣ ହେବ ବୋଲି କହିବା ପରେ ରାଜନୀତିରେ ଏକପ୍ରକାର ଆଲୋଡନ ସୃଷ୍ଟି ହୋଇଛି ।

Advertisment

ସୁପ୍ରିୟାଙ୍କର ଏପରି ଦାବୀ ଏଭଳି ଏକ ସମୟରେ ଆସିଛି ଯେତେବେଳେ ବିରୋଧୀ ଅଜିତ ପାୱାର ବିଜେପିରେ ସାମିଲ ହେବେ ବୋଲି ଆଲୋଚନା ହେଉଛି । ମହାରାଷ୍ଟ୍ରରେ ଆୟୋଜିତ ଏକ ସଡକ ସୁରକ୍ଷା କାର୍ଯ୍ୟକ୍ରମରେ ଯେତେବେ ଅଜିତ୍ ପାୱାର ଅନୁପସ୍ଥିତ ରହିଲେ ଏହାର ଜବାବ ସୁପ୍ରିୟାଙ୍କୁ ରଖିବାକୁ ପଡିଲା । ହେଲେ ଏସବୁ ଖବର ରଖିବାକୁ ତାଙ୍କ ପାଖରେ ସମୟ ନାହିଁ । ବରଂ ଗଣମାଧ୍ୟମ ନିଜର ଗୋଟିଏ ଟିମ୍ ଅଜିତ ପୱାରଙ୍କ ପଛରେ ଲଗାଯାଉ ବୋଲି କହିଥିଲେ ସୁପ୍ରିୟା ।

କେବଳ ଏତିକି ନୁହେଁ ଅଜିତଙ୍କର ଭୂରି ପ୍ରଶଂସା କରିବା ସହ ସେ ଜଣେ ଲୋକପ୍ରିୟ ନେତା ଓ ଲୋକଙ୍କ ପାଇଁ ସବୁବେଳେ କାମ କରିଆସିଛନ୍ତି ବୋଲି କହିଥିଲେ ସୁପ୍ରିୟା । ଏହାପରେ କହିଥିଲେ ଖୁବ୍ ଶୀଘ୍ର ଦୁଇଟି ରାଜ୍ୟରେ ରାଜନୈତିକ ବିସ୍ଫୋରଣ ହେବ ବୋଲି କହିଥିଲେ ।