କନକ ବ୍ୟୁରୋ : ରାଜଧାନୀର ଅନ୍ଧାର ବସ୍ତି । କଳିଙ୍ଗ ଷ୍ଟୁଡିଓ ଛକକୁ ଲାଗି ରହିଛି ଓଁକାର ବସ୍ତି । ଏହି ବସ୍ତିିରେ ଦୀର୍ଘ ୬ ଦିନ ହେବ ଲାଇନ୍ ନାହିଁ । ୬ ଦିନ ତଳେ ବର୍ଷାରେ ଟ୍ରାନସଫର୍ମର ପୋଡ଼ି ଯାଇଥିଲା । ତାପରେ ବାରମ୍ବାର ଅଭିଯୋଗ ପରେ ବି ଏହି ବସ୍ତିରେ ଲାଇନ ଆସିପାରି ନାହିଁ । ବସ୍ତିରେ ୩୦ରୁ ଅଧିକ ପରିବାର ରହୁଛନ୍ତି । ଲାଇନ ନଥିବାରୁ ଗରମରେ ଲୋକ ରହିବା ସହ ପାଣି ପାଇଁ ହଇରାଣ ହେଉଥିବା ବସ୍ତିବାସିନ୍ଦା କହିଛନ୍ତି ।