କନକ ବ୍ୟୁରୋ : ପ୍ରତିମାସ ଭଳି ଚଳିତ ଅଗଷ୍ଟ ମାସ ବା ଆଜିଠୁ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ । ଅଗଷ୍ଟ ପହିଲା ବା ଆଜିଠାରୁ ଅନେକ କ୍ଷେତ୍ରରେ ପରିବର୍ତ୍ତନ ଦେଖିବାକୁ ମିଳିବ । ଯାହା ସାଧାରଣ ଲୋକଙ୍କ ଉପରେ ବଡ ପ୍ରଭାବ ପକାଇବ । ଏହି ପରିବର୍ତ୍ତନରେ ଗ୍ୟାସ୍ ସିଲିଣ୍ଡରଠୁ ଆରମ୍ଭ କରି କ୍ରେଡିଟ୍ କାର୍ଡ ଏବଂ ଇନକମ୍ ଟ୍ୟାକ୍ସ ସହ ଜଡିତ ଅନେକ କ୍ଷେତ୍ରରେ ପରିବର୍ତ୍ତନ ଦେଖିବାକୁ ମିଳିବ । ଯାହା ଆପଣ ଜାଣିବା ନିହାତି ଆବଶ୍ୟକ ରହିଛି । ତେବେ ଆସନ୍ତୁ ଜାଣିବା ରୋଷେଇ ଶାଳରୁ ବ୍ୟାଙ୍କ କାର୍ଯ୍ୟ ପର୍ଯ୍ୟନ୍ତ କଣ କଣ ପରିବର୍ତ୍ତନ ଘଟିବ ।

Advertisment

ଏଲିପିଜି ଗ୍ୟାସ୍ ମୂଲ୍ୟରେ ପରିବର୍ତ୍ତନ
ପ୍ରତି ମାସ ୧ତାରିଖ ଏବଂ ୧୬ ତାରିଖରେ ଏଲପିଜି ସିଲିଣ୍ଡରର ମୂଲ୍ୟରେ ସଂଶୋଧନ କରାଯାଇଥାଏ । ତେଣୁ ଆଜି ବି ଏଲପିଜି ଗ୍ୟାସ ମୂଲ୍ୟକୁ ସଂଶୋଧନ ହୋଇପାରେ । ଗତମାସ ଜୁଲାଇ ୧ତାରିଖରେ ଘରୋଇ ଏବଂ କମର୍ସିଆଲ ଗ୍ୟାସ୍ ଦରରେ କୌଣସି ପରିବର୍ତ୍ତନ କରାଯାଇନଥିଲା । ଅର୍ଥାତ୍ ଗତମାସରେ ଗ୍ୟାସ ଦର ସ୍ଥିର ରହିଥିଲା । କିନ୍ତୁ ଜୁଲାଇ ୪ତାରିଖରେ ଅଏଲ ମାର୍କେଟିଂ କମ୍ପାନୀଗୁଡିକ ଏଲପିଜି ଗ୍ୟାସ୍ ସିଲିଣ୍ଡରର ଦରକୁ ଅଚାନକ ବୃଦ୍ଧି କରିଦେଇଥିଲେ । ଯାହା ଲୋକଙ୍କୁ ବଡ ଝଟକା ଦେଇଥିଲା । ୧୯କିଲୋର କମର୍ସିଆଲ ସିଲିଣ୍ଡର ପିଛା ୭ଟଙ୍କା ବୃଦ୍ଧି କରାଯାଇଥିଲା ।

ଆଇଟିଆର୍ ଦାଖଲ ନକରିବା ପାଇଁ ପଡିବ ଜରିମାନା
ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ ବା ଆଇଟିଆର୍ ୨୦୨୨-୨୩ ମୂଲ୍ୟାଙ୍କନ ବର୍ଷ ପାଇଁ ଗତକାଲି ଅର୍ଥାତ୍ ଜୁଲାଇ ୩୧ତାରିଖ ଶେଷ ତାରିଖ ଥିଲା । ଅବଶ୍ୟ, ଏହି ସମୟସୀମା ସେହି ଟିକସଦାତାମାନଙ୍କ ପାଇଁ, ଯେଉଁମାନଙ୍କ ଆକାଉଣ୍ଟକୁ ଅଡିଟ୍ କରିବାକୁ ପଡିବ ନାହିଁ ଜ୍ଝ ଏହି ସୁଯୋଗ ଅଗଷ୍ଟ ୧ ରୁ ବା ଆଜିଠୁ ଶେଷ ହେବ ଏବଂ ଆପଣଙ୍କର ଓଞଜ ଦାଖଲ ପାଇଁ ଆପଣଙ୍କୁ ଜରିମାନା ଦେବାକୁ ପଡିବ ଜ୍ଝ ତେବେ ବାର୍ଷିକ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିଙ୍କୁ ବିଳମ୍ବରେ ଟିକସ ଦେବା ପାଇଁ ୧୦୦୦ଟଙ୍କା ଜରିମାନା ଦେବାରୁ ପଡିବ । ସେହିଭଳି ୫ଲକ୍ଷରୁ ଅଧିକ ଟଙ୍କା ଆୟ କରୁଥିବା ବ୍ୟକ୍ତିଙ୍କୁ ୫୦୦୦ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିପାରେ । ଯଦି ବର୍ଷ ଶେଷରେ କୌଣସି ବ୍ୟକ୍ତି ଟିକସ ଭରୁଛନ୍ତି ତେବେ ତାଙ୍କୁ ଏଣିକି ୧୦,୦୦୦ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିପାରେ ।

ଆକ୍ସିସ୍ ବ୍ୟାଙ୍କ୍ କ୍ରେଡିଟ୍ କାର୍ଡ ୟୁଜର୍ସଙ୍କୁ ଝଟକା
ଯଦି ଆପଣ ଆକ୍ସିସ୍ ବ୍ୟାଙ୍କ୍ କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କୁ ଝଟକା ଲାଗିପାରେ । ମିଳିଥିବା ସୂଚନା ଆଧାରରେ, ବ୍ୟାଙ୍କ୍ କ୍ରେଡିଟ୍ କାର୍ଡ କ୍ୟାସବ୍ୟାକ୍ ଏବଂ ପ୍ରୋତ୍ସାହନ ପଏଣ୍ଟ ହ୍ରାସ କରିବାକୁ ଯାଉଛି । ବର୍ତ୍ତମାନ ଏଥିଲେ କେବଳ ୧.୫ ପ୍ରତିଶତ କ୍ୟାସବ୍ୟାକ୍ ଉପଲବ୍ଧ ରହିବ । ଆକ୍ସିସ୍ ବ୍ୟାଙ୍କ ଫ୍ଲିପକାର୍ଟ ଆକ୍ସିସ୍ ବ୍ୟାଙ୍କ କ୍ରେଡିଟ୍ କାର୍ଡ ବ୍ୟବହାରକାରୀଙ୍କ ପାଇଁ ଏହି ପରିବର୍ତ୍ତନ କରିବାକୁ ଯାଉଛି, ଯାହା ଅଗଷ୍ଟ ୧୨ ରୁ କାର୍ୟ୍ୟକାରୀ ହେବ ଜ୍ଝ ଏବଂ ଆକ୍ସିସ୍ ବ୍ୟାଙ୍କ୍ କ୍ରେଡିଟ୍ କାର୍ଡରେ ଫ୍ଲିପକାର୍ଟରୁ ସପିଙ୍ଗ୍ କରିବା ପାଇଁ କମ୍ କ୍ୟାସବ୍ୟାକ୍ ମିଳିବ ।

ଏପରିତ ଅନେକ କ୍ଷେତ୍ରରେ ପରିବର୍ତ୍ତନ ହେବାକୁ ଯାଉଛି କିନ୍ତୁ ମୂଖ୍ୟତଃ ଏହି ୩ଟି କ୍ଷେତ୍ରରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଆଉ ଲୋକଙ୍କ ଉପରେ ଏହାର ପ୍ରଭାବ ପଡିପାରେ ।