ମାଟ୍ରିକ ଫଳାଫଳକୁ ନେଇ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ ପ୍ରସଙ୍ଗ । ବୋର୍ଡ କହିଲା, ମୂଲ୍ୟାୟନରେ ତ୍ରୁଟି ହୋଇନି

207

କନକ ବ୍ୟୁରୋ: ମାଟ୍ରିକ ଫଳାଫଳକୁ ନେଇ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ ପ୍ରସଙ୍ଗ । ପ୍ରତିକ୍ରିୟା ରଖିଲେ ବୋର୍ଡ ସଭାପତି ରାମାଶିଷ ହାଜରା । ଛାତ୍ରଛାତ୍ରୀଙ୍କ ମାର୍କ କମିବା ଅଭିଯୋଗକୁ ଖଣ୍ଡନ କଲେ ବୋର୍ଡ କର୍ତ୍ତୃପକ୍ଷ । କହିଲେ ମାଟ୍ରିକ ମୂଲ୍ୟାୟନରେ କୌଣସି ତ୍ରୁଟି ହୋଇନି ।

କାହାର ମାର୍କ କମିନି ମୋଡରେସନ ପଲିସି ଅନୁଯାୟୀ ମାର୍କ ଦିଆଯାଇଛି । ସ୍କୁଲ ଗୁଡିକରୁ ଯେଉଁ ମାର୍କ ଆସିଥିଲା ସେହି ଅନୁସାରେ ମୂଲ୍ୟାୟନ କରିଛୁ । ୪ ବର୍ଷର ଫଳାଫଳକୁ ତର୍ଜମା କରି ମାର୍କ ଦେଇଛୁ । ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଚାହିଁଲେ ପୁଣି ଥରେ ପରୀକ୍ଷା ଦେଇପାରିବେ ବୋଲି କହିଛନ୍ତି ବୋର୍ଡ ସଭାପତି ।

ମାଟ୍ରିକ ରେଜଲ୍ଟ ବାହାରିବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି । ମାର୍କ ଦେବାରେ ତ୍ରୁଟି ଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ଏନେଇ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ ମଧ୍ୟ କରୁଛନ୍ତି ।