ଅବ୍ୟବସ୍ଥା ଘେରରେ କୋଇଡ଼ା ଖଣି ଅଞ୍ଚଳର ଶିକ୍ଷା ବ୍ୟବସ୍ଥା । ପ୍ରଥମରୁ ଅଷ୍ଟ୍ରମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ପାଠ ପଢ଼ାଉଛନ୍ତି ଜଣେ ମାତ୍ର ଶିକ୍ଷକ ।

59

କନକ ବ୍ୟୁରୋ: ଖଣି ଅଞ୍ଚଳର ମଡେଲ ଶିକ୍ଷା ବ୍ୟବସ୍ଥା । ୮ଟି ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରୁଛନ୍ତି ଜଣେ ମାତ୍ର ଶିକ୍ଷକ । ସ୍କୁଲରେ ବିଦ୍ୟୁତ୍, ପାନୀୟ ଜଳ, ଶୌଚାଳୟ ବି ନାହିଁ । ଅସୁରକ୍ଷିତ ଛାତ ତଳେ ଗଢ଼ା ଚାଲିଛି ଦେଶର ଭବିଷ୍ୟତ । କୋଇଡ଼ା ବ୍ଳକ ପାଟମୁଣ୍ଡା ପଞ୍ଚାୟତର କଦମଡିହି ଗାଁରେ ଥିବା କଦମଡିହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । କେନ୍ଦୁଝର ଜିଲ୍ଲା ସୀମାନ୍ତ ପାହାଡ଼ ଜଙ୍ଗଲ ମଧ୍ୟରେ ଅବସ୍ଥିତ ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପାଠ ପଢ଼ୁଛନ୍ତି । ହେଲେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ୮ଟି ଶ୍ରେଣୀର ପିଲାଙ୍କ ପାଇଁ ଗୋଟିଏ ମାତ୍ର ଶିକ୍ଷକ ଅଛନ୍ତି । ସ୍କୁଲରେ ମଧ୍ୟାନ୍ନ ଭୋଜନ ପାଇଁ ରୋଷେୟା ନିୟୋଜିତ ଅଛନ୍ତି ହେଲେ ରାନ୍ଧିବା ପାଇଁ ପାହାଡ଼ ଉପରୁ ପାଣି ଆଣିବାକୁ ପଡ଼ୁଛି । ବିଜୁଳି ନଥିବାରୁ ବିଦ୍ୟାଳୟରେ ଲାଗିଛି ସୋଲାର ବ୍ୟାଟେରୀ, ହେଲେ ତାହା ବି କାମ କରୁନାହିଁ । ଏନେଇ ବିଡିଓ ଓ ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ ଆଜି ଯାଏ ଫଳ ଶୂନ୍ ।