କନକ ବ୍ୟୁରୋ : ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା ପାଇଁ କରାଯାଉଛି ନିଯୁକ୍ତି ମେଳା । କେନ୍ଦ୍ର ସରକାର ନିଯୁକ୍ତି ମେଳା ମାଧ୍ୟମରେ ଚାକିରି ଦେଉଛନ୍ତି । ରାଜ୍ୟ ସରକାର ମଧ୍ୟ ନୂଆ ନିଯୁକ୍ତି ଦେଉଛନ୍ତି । ହେଲେ ରାଜଧାନୀ ଭୁବନେଶ୍ୱରରେ ନିଯୁକ୍ତି କମିବା ଚିନ୍ତାର ବିଷୟ ହୋଇଛି । ନିଯୁକ୍ତି ସୂଚନା ପ୍ରଦାନ କରୁଥିବା ପ୍ଲାଟଫର୍ମ ‘ନୌକ୍ରି’ର ତଥ୍ୟ ଅନୁସାରେ ୨୦୨୨ ଅଗଷ୍ଟରୁ ୨୦୨୩ ଅଗଷ୍ଟ ଭିତରେ ଭୁବନେଶ୍ୱରରେ ୮ରୁ ୧୨ ବର୍ଷ ଅଭିଜ୍ଞତା ଥିବା ମଧ୍ୟମ ସ୍ତରରେ ନିଯୁକ୍ତି ୪ ପ୍ରତିଶତ ହ୍ରାସ ପାଇଛି ।

Advertisment

- ମହୀଶୁର, ରାଜକୋଟ, କାନପୁର, ସୁରଟ, ଲୁଧିଆନାରେ ନିଯୁକ୍ତି ବଢିଛି
- ଗାନ୍ଧୀନଗର, ବିଜୟୱାଡା, ଜାମସେଦପୁର, ପୁଡୁଚେରି ଓ ଜୟପୁରରେ ଅଧିକ ନିଯୁକ୍ତି
- ଭୁବନେଶ୍ୱର, ହାଇଦ୍ରାବାଦ , ଦିଲ୍ଲୀ, ବେଙ୍ଗାଳୁରୁରେ ନିଯୁକ୍ତି ହ୍ରାସ ପାଇଛି
- ରାୟପୁର, ପୁଣେ, ଚେନ୍ନାଇ, କୋଚି, ଥିରୁଅନନ୍ତପୁରମ୍ରେ ହ୍ରାସ ପାଇଛି ନିଯୁକ୍ତି
- ହୋଟେଲ, ରିଅଲ ଇଷ୍ଟେଟ୍, ଶିକ୍ଷା, ତାଲିମ କ୍ଷେତ୍ରରେ ନୂତନ ନିଯୁକ୍ତି ସୃଷ୍ଟି
- ମହୀଶୂରରେ ୫୧, ଗାନ୍ଧୀନଗରରେ ୩୪ ଓ ଜାମସେଦପୁରରେ ୩୦ ପ୍ରତିଶତ ନିଯୁକ୍ତି ବୃଦ୍ଧି
- ଭୁବନେଶ୍ୱରରେ ୪, ହାଇଦ୍ରାବାଦରେ ୬ ଓ ରାୟପୁରରେ ୯ ପ୍ରତିଶତ ନିଯୁକ୍ତି ହ୍ରାସ
- ତୈଳ ଓ ଗ୍ୟାସ୍, ବିଦ୍ୟୁତ୍, ଶକ୍ତି ଆଦି କ୍ଷେତ୍ରରେ ସୃଷ୍ଟି ହୋଇଛି ନିଯୁକ୍ତି
- ବ୍ୟାଙ୍କ, ସ୍ୱାସ୍ଥ୍ୟ ସେବା, ଟେଲିକମ୍, ଆକାଉଟିଂ କ୍ଷେତ୍ରରେ ନିଯୁକ୍ତି ହ୍ରାସ