କନକ ବ୍ୟୁରୋ : ଆଜି ଶନିବାର ଶନିଦେବଙ୍କ ପୂଜାର୍ଚ୍ଚନାର ଦିନ । ପୂଜା, ବ୍ରତ କରିବା ଦ୍ୱାରା ଆଶାନୁଯାୟୀ ଫଳ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ପୁରୀ ନରେନ୍ଦ୍ରକୋଣ ସ୍ଥିତ ଶନିଦେବ ମନ୍ଦିରରେ ସକାଳୁ ସକାଳୁ ଶ୍ରଦ୍ଧାଳୁମାନେ ଶନିଦେବଙ୍କ ପୂଜାର୍ଚ୍ଚନା କରୁଛନ୍ତି । ଶନିଦେବ ମନୁଷ୍ୟଙ୍କୁ ନିଜର ଭଲ ଓ ଖରାପ ଉଭୟ କର୍ମ ପାଇଁ ଫଳ ଦେଇଥାନ୍ତି । ଶନିଦେବଙ୍କୁ ନ୍ୟାୟାଧିଶ କୁହାଯାଏ । ଶନିଦେବଙ୍କ ପ୍ରିୟ ରଙ୍ଗ କଳା ଅଟେ । ସେଥିପାଇଁ ଶନିଙ୍କ ପୂଜା ବେଳେ କଳା ରଙ୍ଗକୁ ବିଶେଷ ଭାବେ ମହତ୍ୱ ଦିଆଯାଏ ।
ଆଜି ଶନିବାର : ପୂଜାର୍ଚ୍ଚନା ପାଇଁ ପୁରୀର ଶନିମନ୍ଦିରରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ
/kanak/media/post_attachments/wp-content/uploads/2022/10/Screen-Shot-2022-10-29-at-8.42.00-AM.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)