ଧାମନଗର ଉପନିର୍ବାଚନ ପାଇଁ ସ୍ପଷ୍ଟ ତିନି ଦଳର ପ୍ରାର୍ଥୀ। ଅବନ୍ତୀ ବନାମ ସୂରଜ ବନାମ ହରେକୃଷ୍ଣ।

ଧାମନଗର ଉପନିର୍ବାଚନ ପାଇଁ ସ୍ପଷ୍ଟ ତିନି ଦଳର ପ୍ରାର୍ଥୀ। ଅବନ୍ତୀ ବନାମ ସୂରଜ ବନାମ ହରେକୃଷ୍ଣ।

କନକ ବ୍ୟୁରୋ: ଧାମନଗର ଉପନିର୍ବାଚନ ପାଇଁ ସ୍ପଷ୍ଟ ହୋଇସାରିଛି ତିନି ଦଳର ପ୍ରାର୍ଥୀ । ପ୍ରଥମେ ବିଜେପି, ପରେ କଂଗ୍ରେସ ଏବଂ ଶେଷରେ ପ୍ରାର୍ଥୀ ଘୋଷଣା କରିଛି ଶାସକ ଦଳ । ତିହିଡି ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ ବିଜେଡିର ପ୍ରାର୍ଥୀ ହୋଇଛନ୍ତି । ମିଶନ ଶକ୍ତି ସହ ଦୀର୍ଘ ଦିନର ଅଭିଜ୍ଞତା ଥିବା ଅବନ୍ତୀଙ୍କୁ ନୂଆ ଚେହେରା ଭାବେ ଏଠି ସୁଯୋଗ ଦିଆଯାଇଛି ।

ପୂର୍ବରୁ ବିଜେପି ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ କଂଗ୍ରେସ ବାବା ହରେକୃଷ୍ଣ ଦାସଙ୍କୁ ପ୍ରାର୍ଥୀ କରିଥିଲା । କଂଗ୍ରେସ ଅପରାହ୍ଣରେ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଏଠାରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe