ଓମିକ୍ରନର ସବ ଭାରିଆଣ୍ଟ ବି.ଏ. ୨କୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା: କହିଲା ଭାରତରେ ଅଧିକ ସଂଖ୍ୟାରେ ରହିଛି ଏହି ଭୂତାଣୁ

145

କନକ ବ୍ୟୁରୋ: ଦେଶରେ ବଢୁଛି କରୋନା ସଂକ୍ରମଣ । ଏନେଇ ଚିନ୍ତା ପ୍ରକଟ କଲେ କେନ୍ଦ୍ର ସରକାର । ଦେଶରେ ଓମିକ୍ରନ ସଂକ୍ରମଣ ଏବେବି ଚିନ୍ତା ଜନକ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଲଭ ଅଗୱାଲ ସୁଚନା ଦେଇଛନ୍ତି । ଓମିକ୍ରନ ଭୁତାଣୁର ସବ ଭାରିଆଂଟ ବି.ଏ.୨ ଭାରତରେ ଅଧିକ ସଂଖ୍ୟାରେ ରହିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଲବ ଅଗ୍ରୱାଲ ।

ଏହା ପୁର୍ବରୁ ଓମିକ୍ରନର ସବ ଭାରିଆଂଟ ବି.ଏ.୨ ଅନ୍ତର୍ଜାତୀୟ ଯାତ୍ରୀଙ୍କ ନମୁନାରେ ମିଳୁଥିଲା । ହେଲେ ଏବେ ଅଧିକ ସଂଖ୍ୟାରେ ଏହି ଭୂତାଣୁ ମିଳୁଥିବା ଅନୁଧ୍ୟାନରୁ ଜଣାପଡିଥିବା କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଅନ୍ୟପଟେ ତୃତିୟ ଲହରରେ କରୋନା ସଂକ୍ରମଣ ଏକ ପ୍ରକାର ସ୍ଥିର ବା ପ୍ଲାଟିୟୁ ହୋଇ ଯାଇଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।