କନକ ବ୍ୟୁରୋ: କ୍ରିକେଟ୍ ମଇଦାନରେ ଅଘଟଣ । ବ୍ୟାଟ୍ ଓ ଛୁରା ମାଡ଼ରେ ଯୁବକ ମୃତ । କଟକ-ଚୌଦ୍ୱାର ଥାନା ମହିଷାନଣ୍ଡା ପଂଚାୟତର କ୍ରିକେଟ୍ ପଡ଼ିଆରେ ମ୍ୟାଚ୍ ଚାଲିଥିଲା ବେଳେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମୃତ ଯୁବକ ଜଣକ ପ୍ରତ୍ୟକ୍ଷଦର୍ଶୀ ବୋଲି କୁହାଯାଉଛି । ମ୍ୟାଚ୍ ଚାଲିଥିବା ବେଳେ ଅମ୍ପାୟାରଙ୍କ ନିଷ୍ପତିକୁ ନେଇ ବ୍ୟାଟିଂ ଦଳ ଅସନ୍ତୋଷ ପ୍ରକାଶ କରିଥିଲା । ଦେଖୁ ଦେଖୁ ପରବର୍ତୀ ସମୟରେ ପଡ଼ିଆ ରଣକ୍ଷେତ୍ରରେ ପରିଣତ ହୋଇଥିଲା । ଏହାରି ଭିତରେ ମ୍ୟାଚ୍ ଦେଖୁଥିବା ଜଣେ ଯୁବକ ପଡ଼ିଆ ଭିତରକୁ ଆସି ଘଟଣା ସମ୍ପର୍କରେ ଜାଣିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଓଲଟା ତାଙ୍କୁ ବ୍ୟାଟରେ ଆକ୍ରମଣ କରାଯାଇଥିଲା । ଯୁବକଙ୍କ ମୁଣ୍ଡ ପଛକୁ ବ୍ୟାଟରେ ଆକ୍ରମଣ କରାଯାଇଥିବା ଏବଂ ଛାତିରେ ଛୁରାମାଡ଼ ମଧ୍ୟ କରାଯାଇଥିଲା । ଗୁରୁତର ଅବସ୍ଥାରେ ଯୁବକଙ୍କୁ କଟକ ବଡ଼ ମେଡିକାଲରେ ଭର୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଘଟଣା ପାଇଁ ଗାଁରେ ପ୍ରବଳ ଉତେଜନା ଲାଗି ରହିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

Advertisment