ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ହେବ ମେଳି: ବିରୋଧୀଙ୍କୁ ନେଇ ବୈଠକ କରିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

96

କନକ ବ୍ୟୁରୋ: ଆସନ୍ତା ମାସରେ ଅନୁଷ୍ଠିତ ହେବ ରାଷ୍ଟ୍ରପତି ନିର୍ବାଚନ । ଏହି ନିର୍ବାଚନରେ ବିଜେପିକୁ ଚକମା ଦେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ବିରୋଧୀ । ବିଜେପି ବିରୋଧରେ ରଣନୀତି ପ୍ରସ୍ତୁତ କରିବା ପାଇଁ ଜୁନ ୧୫ରେ ବିରୋଧୀଦଳମାନଙ୍କ ବୈଠକ ଡାକିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପ.ବଙ୍ଗରେ କ୍ଷମତାସୀନ ମମତାଙ୍କ ଟିଏମସି ସହ କଂଗ୍ରେସର ତିକ୍ତତା ଲାଗି ରହିଛି । ହେଲେ ମମତା ଡାକିଥିବା ବିଜେପି ବିରୋଧୀ ବୈଠକରେ କଂଗ୍ରେ ଯୋଗ ଦେବ ବୋଲି ଜଣାପଡିଛି ।

ମମତା ଡାକିଥିବା ବୈଠକରେ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ, ଜୟରାମ ରମେଶ, ରଣଦୀପ ସୁରଜେୱାଲ ଯୋଗ ଦେବେ ।ଏମାନେ ବିରୋଧୀ ଦଳଗୁଡିକଙ୍କ ସହ ମିଶି ରାଷ୍ଟ୍ରପତି ନିର୍ବାଚନରେ କେମିତି ବିଜେପିକୁ କାଉଂଟର କରିବେ ସେ ବିଷୟରେ ଆଲୋଚନା କରିବେ । ସେପଟେ ବିରୋଧୀ ମେଂଟର ରାଷ୍ଟ୍ରପତି ପ୍ରାର୍ଥୀ ଶରଦ ପାୱାର ହେବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ନିଜେ ଶରଦ ପାୱାର ଏହାକୁ ଖଣ୍ଡନ କରିସାରିଛନ୍ତି । ମମତାଙ୍କ ଆଜି ନୂଆ ଦିଲ୍ଲୀରେ ପହଁଚି ଶରଦ ପାୱାରଙ୍କୁ ଭେଟିଛନ୍ତି ।