ଦୁଇ ବର୍ଷ ପୂର୍ବେ ଦୁଇ ଝିଅଙ୍କୁ ହରାଇଥିଲେ । ଏବେ ଠିକ୍ ସେହି ଦିନରେ ଯାଆଁଳା ଝିଅଙ୍କୁ ପାଇଲେ ଦମ୍ପତ୍ତି ।

241

କନକ ବ୍ୟୁରୋ: ଭାଗ୍ୟବି ଅଜବ ଖେଳ ଖେଳେ । କାହାଠାରୁ ସର୍ବସ୍ୱ ଛଡାଇ ନିଏ ତ କାହାକୁ ଅନେକ କିଛି ଦିଏ । ପୁଣି କାହାଠାରୁ ଛଡାଇନେଇ ଠିକ୍ ସେମିତି ଫେରାଇଦିଏ । ଏମିତି କିଛି ଘଟଣା ଘଟିଛି ଆନ୍ଧ୍ରପ୍ରଦେଶ ବିଶାଖାପାଟଣାର ଜଣେ ଦମ୍ପତ୍ତିଙ୍କ ସହ । ଏକ ଲଞ୍ଚ ଦୁର୍ଘଟଣାରେ ୨ ବର୍ଷ ପରେ ଦୁଇ ଜଣଙ୍କୁ ହରାଇଥିଲେ ଆପ୍ପାଲା ରାଜୁ ଓ ଭାଗ୍ୟଲକ୍ଷ୍ମୀ । ଆଉ ୨ ବର୍ଷ ପରେ ଠିକ ସେହି ଦିନ ଦୁଇ ଯାଆଁଳା ଝିଅଙ୍କୁ କୋଳରେ ପାଇଛନ୍ତି ଏହି ଦମ୍ପତ୍ତି । ୨ ୧ର୍ଷ ପୂର୍ବରୁ ଏକ ଲଂଚ ଦୁର୍ଘଟଣାରେ ୩ ବର୍ଷର ଝିଅ ବୈଷ୍ଣବୀ ଓ ବର୍ଷକର ଝିଅ ଧାତ୍ରୀଙ୍କୁ ହରାଇଥିଲେ । ଏବେ ଯମଜ ଝିଅଙ୍କୁ ପାଇ ଆତ୍ମହରା ହୋଇପଡିଛନ୍ତି ଏହି ଦମ୍ପତ୍ତି ।

୨୦୧୯ ସେପ୍ଟେମ୍ବର ୧୫ ତାରିଖରେ ପୂର୍ବ ଗୋଦାବରୀ ଜିଲ୍ଲା ଅନ୍ତର୍ଗତ କଚୁରୁରୁ ନିକଟରେ ଗୋଦାବରୀ ନଦୀରେ ଗୋଟାଏ ଡବଲ୍‌ ଡେକର୍‌ ଲଞ୍ଚ୍‌ ଜଳ ଭଉଁରିରେ ପଡ଼ି ବୁଡ଼ି ଯାଇଥିଲା। ଏଥିଯୋଗୁଁ ୫୦ଜଣ ଯାତ୍ରୀ ପ୍ରାଣ ହରାଇଥିଲେ। ଏହି ଦୁର୍ଘଟଣାରେ ଆପ୍ପାଲା ରାଜୁ ଏବଂ ଭାଗ୍ୟଲକ୍ଷ୍ମୀ ସେମାନଙ୍କର ୧ ବର୍ଷୀୟ ଓ ୩ ବର୍ଷୀୟ ଝିଅଙ୍କୁ ହରାଇଥିଲେ।

ସୂଚନା ମୁତାବକ,ତେଲେଙ୍ଗାନାର ଭଦ୍ରାଦ୍ରି କୋତଗୁଡ଼େମ୍‌ ଜିଲ୍ଲାର ଗୋଦାବରୀ ନଦୀ କୂଳ ଭଦ୍ରାଚଳମ୍‌ରେ ଅବସ୍ଥିତ ପ୍ରାଚୀନ ଶ୍ରୀରାମ ମନ୍ଦିର ଦର୍ଶନ କରିବା ଲାଗି ଦୁଇ ଝିଅ ସେମାନଙ୍କ ଜେଜୀମାଙ୍କ ସହ ଲଞ୍ଚ୍‌ରେ ଯାଉଥିଲେ।ସେମାନଙ୍କ ସହ ରାଜୁ ଏବଂ ଭାଗ୍ୟଲକ୍ଷ୍ମୀ ମଧ୍ୟ ଯାଇ ଥାଆନ୍ତେ। କିନ୍ତୁ, ୩୨ ବର୍ଷିୟ ରାଜୁଙ୍କ ଦେହ ଭଲ ନ ଲାଗିବାରୁ ସେମାନେ ନିଜେ ନ ଯାଇ ଦୁଇ ଝିଅ ୩ ବର୍ଷୀୟ ଗୀତା ବୈଷ୍ଣବୀ ଏବଂ ୧ବର୍ଷୀୟ ଧାତ୍ରୀ ଅନନ୍ୟାଙ୍କୁ ଅନ୍ୟ ୧୧ଜଣ ଆତ୍ମୀୟସ୍ବଜନଙ୍କ ସହ ପଠାଇଥିଲେ।ଏବେ ଦୁଇ ବର୍ଷ ପରେ ଠିକ୍‌ ସେହି ସେପ୍ଟେମ୍ବର ୧୫ ତାରିଖ ଦିନ ଭାଗ୍ୟଲକ୍ଷ୍ମୀ ଯମଜ କନ୍ୟାଙ୍କର ମାଆ ‌ହୋଇଛନ୍ତି। ବିଶାଖାପାଟଣାର ଗୋଟାଏ କାଚ କାରଖାନାରେ କାମ କରୁଥିବା ରାଜୁ ଏବଂ ଭାଗ୍ୟଲକ୍ଷ୍ମୀ ଆନନ୍ଦରେ ଆତ୍ମହରା ହୋଇ ସେମାନଙ୍କ ଯମଜ ସନ୍ତତିଙ୍କୁ ଈଶ୍ବରଙ୍କ ଆଶୀର୍ବାଦ ବୋଲି କହୁଛନ୍ତି।