କରଂଜିଆ ରେଂଜ ଅଫିସରଙ୍କୁ ଚଲାଇ ଚଲାଇ ନେଲେ ଚାଷୀ : ବୁଲାଇ ଦେଖାଇଲେ ହାତୀ ନଷ୍ଟ କରିଦେଇଥିବା ଫସଲ

ଅଫିସରଙ୍କୁ ଚଲାଇଲେ, କ୍ଷୟକ୍ଷତି ଦେଖାଇଲେ

59

କନକ ବ୍ୟୁରୋ : ଦାବି ନ ଶୁଣିବାରୁ ଅଭିନବ ପ୍ରତିବାଦ କଲେ ଗ୍ରାମବାସୀ । ବାରମ୍ବାର ବଣୁଆ ଦାବି ଉପଦ୍ରବ ଯୋଗୁଁ ହେଉଥିବା କ୍ଷୟକ୍ଷତିର ଆକଳନ ପାଇଁ ପ୍ରବଳ ବର୍ଷାରେ ରେଞ୍ଜ ଅଧିକାରୀଙ୍କୁ ଚଳାଇ ଚଲାଇ ନେଇଛନ୍ତି । ଘଟଣା ଘଟିଛି କରଞ୍ଜିଆ ବ୍ଲକର ଗିଧିବାସ ଗାଁରେ । ଦୀର୍ଘଦିନ ଧରି ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ଏଭଳି ପଦକ୍ଷେପ ନେଇଛନ୍ତି । ବାରମ୍ବାର ଦାବି ଜଣାଉଥିଲେ ସୁଦ୍ଧା କୌଣସି ଫଳ ନ ମିଳିବାରୁ ରେଞ୍ଜ ଅଫିସ ଘେରାଉ କରିଥିଲେ ଗ୍ରାମବାସୀ । ରେଞ୍ଜ ଅଧିକାରୀଙ୍କୁ ଚଲାଇ ଚଲାଇ ନେଇ କ୍ଷୟକ୍ଷତିର ସମୀକ୍ଷା କରିବା ପାଇଁ ବାଧ୍ୟ କରିଛନ୍ତି ଗାଁର ଶତାଧିକ ଲୋକ ।