ଜମି ଅଧିଗ୍ରହଣ ନିଷ୍ପତିକୁ ବିରୋଧ କରି ତାତିଲେ ଗ୍ରାମବାସୀ। ଖୋର୍ଦ୍ଧା ବେଗୁନିଆ କୁଷପଲ୍ଲାରେ ଉତ୍ତେଜନା।

90

କନକ ବ୍ୟୁରୋ: ଇଡକୋର ଜମି ଅଧିଗ୍ରହଣ ନିଷ୍ପତିକୁ ବିରୋଧ କରି ତାତିଲେ ଖୋର୍ଦ୍ଧା ବେଗୁନିଆ କୁଷପଲ୍ଲା ଗ୍ରାମବାସୀ । ଏହି ଗାଁର ପାଖାପାଖି ୪ଶହ ଏକର ଜମି ଚିହ୍ନଟ ପରେ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । କେବଳ କୁଷପଲ୍ଲା ନୁହେଁ ସିମୋର, ବଡବେରଣା, ବେଗୁନିଆ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟଙ୍କ ସହ ଶତାଧିକ ଗାଁ ଲୋକ ଏକାଠି ହୋଇଛନ୍ତି । ପରିବେଶ ସୁରକ୍ଷା ଦୃଷ୍ଟିରୁ ଗାଁ ଚାରିପଟେ ଥିବା ଜଙ୍ଗଲ ପରିବେଶ ପୂର୍ଣ୍ଣ ଗଛଗୁଡିକୁ ଇଡକୋକୁ କାଟିବାକୁ ଦିଆଯିବନାହିଁ ବୋଲି ଚେତାବନୀ ଦେଇଛନ୍ତି ।

ଗ୍ରାମବାସୀ କହିଛନ୍ତି ଆଇଆରଡିପି ସ୍କିମ ମାଧ୍ୟମରେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟରେ ଗରିବ ଲୋକଙ୍କୁ ଖଣ୍ଡେ ଜାଗା ଯୋଗାଇ ଦିଆଯାଇଥିଲା । ସେଥିରେ ସେମାନେ କାଜୁ ଚାଷ କରି ପରିବାର ଚଳାଉଥିଲେ । କିନ୍ତୁ ଏବେ ସେହି ଜମି ଉପରେ ଆଖି ଆଖି ପକାଇଛି ଇଡକୋ । ଇଡକୋ ପ୍ରଥମେ ୩୨୯ ଏକର ଜମି ଚିହ୍ନଟ କରିସାରିଛି । ଇଡକୋ ଯେଉଁ ଜମି ଚିହ୍ନଟ କରିଛି, ତା ଭିତରେ ବଡ ବଡ କାଜୁ ଉଦ୍ୟାନ, ଗାଁ ଶ୍ମଶାନ, କବରସ୍ଥାନ, ଜଳାଶୟ, ଧାନ ଜମି ରହିଛି । ଏହା ଭିତରେ ପାଖରେ ଥିବା ଏକାଧିକ ପଞ୍ଚାୟତର ଜାଗା ମଧ୍ୟ ରହିଛି ।