ରକ୍ତ ନମୂନା ଦେବାକୁ ଭୟ କରି ଗାଁ ଛାଡ଼ିଲେ ଗ୍ରାମବାସୀ । ଗାଁରେ ଡାକ୍ତରୀ ଟିମ୍, ଜଙ୍ଗଲରେ ଗ୍ରାମବାସୀ । ରାୟଗଡ଼ାରେ ଆଜିଠୁ ଆରମ୍ଭ ହୋଇଛି ସେରୋ ସର୍ଭେ

119

କନକ ବ୍ୟୁରୋ: ଗାଁରେ ଡାକ୍ତରୀ ଟିମ୍, ଜଙ୍ଗଲରେ ଗ୍ରାମବାସୀ । କରୋନା କାଳରେ ରକ୍ତ ନମୂନା ଦେବାକୁ ଭୟ କରୁଛନ୍ତି ଆଦିବାସୀ ଗ୍ରାମବାସୀ । ରାୟଗଡା ଜିଲ୍ଲାରେ ଆଜି ଠାରୁ ସେରୋ ସର୍ଭେ ଆରମ୍ଭ ହୋଇଛି । ଛଅ ବର୍ଷରୁ ଉଦ୍ଧ୍ୱର୍ ଶିଶୁଙ୍କ ସମେତ ବୟସ୍କ ବ୍ୟକ୍ତିଙ୍କ ଠାରୁ ନମୁନା ସଂଗ୍ରହ ହେଉଛି । ଏକ ୯ ଜଣିଆ ଟିମ ରାୟଗଡାରେ ପହଂଚି ଆଜି ଜୁରୁଡି ଗାଁକୁ ଯାଇଥିଲେ । ମେଡିକାଲ ଟିମ୍ ଗାଁରେ ପହଂଚି ଯାହା ଦେଖିଥିଲେ ତାହା ସମସ୍ତଙ୍କୁ ଆଶ୍ଚଯ୍ୟ କରିଛି । ଗାଁରେ ଘରେ ଘରେ ତାଲା ପଡିଥିଲା । କେହି ଘରେ ନଥିଲେ, ଗ୍ରାମବାସୀ ରକ୍ତ ନମୁନା ଦେବାକୁ ଆସିବା ପରିବର୍ତେ ଘରେ ଚାବି ପକାଇ ଜଙ୍ଗଲରେ ଲୁଚି ଥିବା ଜଣାପଡିଥିଲା ।

ଶିଶୁଙ୍କ ସ୍ୱାସ୍ଥ୍ୟରେ ମହାମାରୀକୁ ପ୍ରତିରୋଧ ନିମନ୍ତେ ଆଟିଂବଡି କିଭଳି ରହିଛି ସେନେଇ ଅଖିଳ ଭାରତିୟ ଚିକିସô୍ା ଅନୁସନ୍ଧାନ ପରିଷଦ ଅର୍ଥାତ୍ ଆଇସିଏମ୍ଆର୍ ପକ୍ଷରୁ ନମୁନା ସଂଗ୍ରହ କରାଯାଉଛି । ରାୟଗଡା ଜିଲ୍ଲାରେ ୧୦ଟି କ୍ଲଷ୍ଟରରେ ଏହି ସେରୋ ସର୍ଭେ କାର୍ଯକ୍ରମ ଅନୁଷ୍ଠିତ ହେବ । ଆଜି ଏହି ଟିମ ରାୟଗଡା ବ୍ଲକ ବାଇସିଙ୍ଗ ପଚାଂୟତ ଜୁରୁଡି ଗାଁରେ ପହଚିଂ ଥିଲେ ବି ନମୁନା ସଂଗ୍ରହ ନିମନ୍ତେ ଗାଁ ଲୋକେ ଆସିବା ବଦଳରେ ନିକଟସ୍ଥ ଜଙ୍ଗଲକୁ ଚାଲି ଯାଇଥିଲେ ।