କନକ ବ୍ୟୁରୋ: ଇଏ ହେଉଛି ଜଣେ ଅସହାୟ ବୃଦ୍ଧଙ୍କ ଯନ୍ତ୍ରଣା କାହାଣୀ । ଏ ବୟସରେ ଦୁଆର ଦୁଆର ବୁଲି ଭିକ ମାଗିଲେ ଚୁଲି ଜଳିବ । ୪ ପ୍ରାଣୀଙ୍କ ପେଟରେ ଦାନା ଦିଟା ପଡିବ । ଯେଉଁଦିନ ଦେହ ଅବସ ଲାଗିଲା , ନା ଭିକ ମିଳିବ ନା ଚୁଲି ଜଳିବ । ସମସ୍ତେ ଖାଡା ଉପାସ । ଏ ହେଉଛି ବାଙ୍କି ହରିରାଜପୁର ଗାଁର ବୃଦ୍ଧ ନବ ଭୋଇଙ୍କ ଜୀବନ କାହାଣୀ ।

Advertisment

ଏଠି ଗରୀବ ଦୁଃଖ ବୁଝିବାକୁ କିଏ ବା ଅଛି? ବୟସ ଷାଠିଏ ଟପିଲାଣି । ଏ ବୟସରେ ବି ପରିବାର ପେଟକୁ ଦାନା ଦେବାକୁ କରୁଛନ୍ତି ସଂଘର୍ଷ । ବଳ ବୟସ କମିଲାଣି ତେଣୁ ଅନ୍ୟ କିଛି କାମ କରିବାକୁ ଆଉ ଜୁ ନାହିଁ ।ତେଣୁ ବାଧ୍ୟ ହୋଇ ଗାଁ ଗାଁ ବୁଲି ଭିକ୍ଷା ମାଗୁଛନ୍ତି । ସେଥିରୁ ଯାହା କିଛି ମିଳୁଛି ସେଥିରେ ଚଳୁଛନ୍ତି ୪ ପ୍ରାଣୀ କୁଟୁମ୍ବ । ବଳ ଥିବାବେଳେ ଟ୍ରଲି ଟାଣି ଯାହା ଦି ପଇସା ରୋଜଗାର କରୁଥିଲେ । ହେଲେ ଏବେ ସେ କାମ ଆଉ କରିହେଉନି । ତେଣୁ ପରଦୁଆରେ ପେଟ ପାଇଁ ହାତ ପାତୁଛନ୍ତି ବୃଦ୍ଧ ନବ ଭୋଇ ।

ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା ନବଙ୍କୁ କେବେଠୁ ୬୦ ଟପିଥିଲେ ବି ଭତ୍ତା କିନ୍ତୁ ତାଙ୍କ ଭାଗ୍ୟରେ ନାହିଁ । ଭତ୍ତା ପାଇଁ କେବେଠୁ ସରପଞ୍ଚଙ୍କୁ ନେହୁରା ହେଲେଣି । ହେଲେ ସରପଞ୍ଚଞ୍ଚ କହୁଛନ୍ତି ଞ୍ଚବୟସ ହେଇନି । ସେଥିପାଇଁ ତାଙ୍କ ନାଁ ଭତ୍ତା ତାଲିକାରେ ଚଢିନି । ଆଉ ଘରେ ୪ଜଣ ଥିବାବେଳେ ଚାଉଳ କିନ୍ତୁ ମାତ୍ର ୧୫ କେଜି ମିଳୁଛି । ଯାହା ସମୁଦ୍ରକୁ ଶଂଖେ ପରି ନିଅଣ୍ଟ । କଥା ହେଉଛି ବର୍ଷ ବର୍ଷ ଧରି ଦାରିଦ୍ର୍ୟ ଦୁଃଖରେ ଘାଣ୍ଟି ହେଉଥିବା ନବଙ୍କ ଉପରେ କେବେ ପଡିବ ପ୍ରସାଶନର ଦୃଷ୍ଟି?