ଜନ ଆଶୀର୍ବାଦ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ସହ ଯୋଡି ହେଉଛନ୍ତି କେନ୍ଦ୍ରମନ୍ତ୍ରୀ । ବିଶାଳ ରାଲି ଜରିଆରେ କେନ୍ଦ୍ର ସରକାରଙ୍କ ଯୋଜନା ନେଇ କରୁଛନ୍ତି ସଚେତନ 

131

କନକ ବ୍ୟୁରୋ: କେନ୍ଦ୍ର ମନ୍ତ୍ରୀ ହେବା ପରେ ଜନ ଆର୍ଶୀବାଦ ଯାତ୍ରାରେ ବାହାରିଥିବା ଅଶ୍ୱିନୀ ବୈଷ୍ଣବ ଦକ୍ଷିଣ ଓ ପଶ୍ଚିମ ଓଡିଶା ଲୋକଙ୍କର ହୃହୟ ଜିଣିବାକୁ ଜାରି ରଖିଛନ୍ତି ଭରପୂର ଉଦ୍ୟମ । ବିଭିନ୍ନ ଜିଲ୍ଲାରେ ଶୋଭାଯାତ୍ରା କରିବା ସହ  ସାଧାରଣ ଲୋକଙ୍କ ସହ ମିଶୁଛନ୍ତି । ବିଭିନ୍ନ ସରକାରୀ କାର୍ଯ୍ୟର ସମୀକ୍ଷା ବି କରୁଛନ୍ତି । ଏହି ସମୟରେ ଅଶ୍ୱିନୀଙ୍କୁ ଦଳୀୟ ନେତା, କର୍ମୀ ଓ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି ।

କୋରାପୁଟ ଜିଲ୍ଲା ଗସ୍ତ ବେଳେ ଜୟପୁର ମୁଖ୍ୟ ଡାକଘରକୁ ଅଚାନକ ପରିଦର୍ଶନ କରିଥିଲେ ଅଶ୍ୱିନୀ  । ଲୋକଙ୍କୁ କିପରି ସେବା ଯୋଗାଯାଉଛି  ଓ କିପରି କାମ କରୁଛନ୍ତି ପଚାରି ବୁଝିଥିଲେ  । ଏଥିସହ ମାଲକାନଗିରିରେ ଥିବା ବିଭିନ୍ନ ପୋଷ୍ଟ ଅଫିସ ଦୁର୍ନିତୀ ମାମଲାରେ ବରିଷ୍ଠ ଅଧିକାରୀଙ୍କୁ ତାଗିଦ କରିଥିଲେ । ଆଉ ୩୦ ଦିନ ଭିତରେ ତଦନ୍ତ ସାରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ମୋଦି କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ରେଳ ବିଭାଗର ମନ୍ତ୍ରୀ ହେବା ପରେ ଅଶ୍ୱିନୀ ବୈଷ୍ଣବଙ୍କଠାରୁ ବେଶ କିଛି ଆଶା ରଖିଛନ୍ତି ଓଡିଶାର ଜନସାଧାରଣ । ଲୋକଙ୍କ ଭାବନାକୁ ମଧ୍ୟ ବୁଝିଛନ୍ତି ଅଶ୍ୱିନୀ । ସେଥିପାଇଁ ପଡି ରହିଥିବା ରେଳ ବିଭାଗର କାର୍ଯ୍ୟକୁ ତ୍ୱାରାନ୍ୱିତ କରିବାକୁ ସମୀକ୍ଷା କରୁଛନ୍ତି । ଅଧିକାରୀଙ୍କ ତାଗିଦ କରିବା ସହ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ପ୍ରତିଶ୍ରୁତି ଦେଉଛନ୍ତି ।

ପ୍ରଥମ ଦିନରେ ରେଳରେ ଯାତ୍ରା କରିବା ସହ ଦ୍ୱିତୀୟ ଦିନରେ ଲକ୍ଷ୍ମୀପୁର ସ୍ଥିତ ତୟାପୁଟ ଠାରେ ଆଦିବାସୀ ବାଦ୍ୟର ତାଳେ ତାଳେ ନାଚିଥିଲେ ରେଳମନ୍ତ୍ରୀ ।