ବିଶ୍ୱର ସବୁଠୁ ଦାମିକା ଔଷଧ, ଦାମ ୧୮ କୋଟି । ଜାଣନ୍ତୁ କେଉଁ ରୋଗ ପାଇଁ ବ୍ୟବହାର ହେବ ଏହି ଔଷଧ…

537
ସାଧାରଣତଃ ରୋଗ ବିରଳ ହୋଇଥିଲେ ତାର ଚିକିତ୍ସା କଷ୍ଟସାଧ୍ୟ ହୋଇଥାଏ କିମ୍ବା ଅଧିକ ମହଙ୍ଗା ହୋଇଥାଏ । ଯାହା ସାଧାରଣ ଲୋକଙ୍କ ପାଇଁ ଅସମ୍ଭବ ହୋଇଥାଏ । ଠିକ୍ ସେହିଭଳି ଏକ ବିରଳ ରୋଗ ପାଇଁ ଔଷଧ ବାହାର କରିଛି ବ୍ରିଟେନ୍ । ଯାହାର କୋଟି କୋଟି ଟଙ୍କା
ଜୋଲଜେନ୍ସମା ଏହି ଔଷଧର ଗୋଟିଏ ଡୋଜର ମୂଲ୍ୟ
ବିଶ୍ବର ସବୁଠୁ ଦାମୀ ଔଷଧ ‘ଜୋଲଜେନ୍ସମା’କୁ ବିଟ୍ରେନ୍‌ର ଜାତୀୟ ସ୍ବାସ୍ଥ୍ୟ ସେବା(ଏନ୍‌ଏଚ୍‌ଏସ୍‌) ମଞ୍ଜୁର କରିଛି। ନୋଭାର୍ଟିସ୍‌ ଜିନ୍‌ ଥେରାପି କମ୍ପାନି ଦ୍ବାରା ପ୍ରସ୍ତୁତ ଏହି ଔଷଧର ଗୋଟିଏ ଡୋଜର ମୂଲ୍ୟ ପ୍ରାୟ ୧୭.୯ ଲକ୍ଷ ପାଉଣ୍ଡ୍‌ ବା ୧୮ କୋଟି ଟଙ୍କା… ଏହି ଔଷଧ ବିରଳ ଧରଣର ଆନୁବଂଶିକ ବ୍ୟତିକ୍ରମ ଦୂର କରିବ ବୋଲି କମ୍ପାନି ପକ୍ଷରୁ ଦାବି କରାଯାଇଛି। ବିଶେଷ କରି ପକ୍ଷାଘାତ, ମାଂସପେଶୀରେ ଦୁର୍ବଳତା ଓ ଚାଲିବାରେ ଅବନତି ଘଟାଉଥିବା ସ୍ପାଇନାଲ୍‌ ମସ୍କୁଲାର ଆଟ୍ରପି(ଏସ୍‌ଏମ୍‌ଏ) ପରି ବିରଳ ତଥା ଘାତକ ଆନୁବଂଶିକ ରୋଗକୁ ଏହା ଭଲ କରିପାରିବ ବୋଲି ଏନ୍‌ଏଚ୍‌ଏସ୍‌ ପକ୍ଷରୁ କୁହାଯାଇଛି। ତେବେ ସ୍ବତନ୍ତ୍ର କରି ଏସ୍‌ଏମ୍‌ଏରେ ପୀଡ଼ିତ ଶିଶୁ ଓ ତରୁଣମାନଙ୍କ ଠାରେ କେବଳ ଏହି ବିରଳ ଔଷଧର ପ୍ରୟୋଗ କରାଯାଇପାରିବ।
ସୂଚନାଯୋଗ୍ୟ ଯେ ଏସ୍‌ଏମ୍‌ଏଏ ଟାଇପ୍‌-୧ ବ୍ୟତିକ୍ରମ ସହ ଜନ୍ମିତ ଶିଶୁମାନଙ୍କର ଜୀବନଧାରଣ କ୍ଷମତା ମାତ୍ର ୨ ବର୍ଷ ଥାଏ ବୋଲି ବିଶେଷଜ୍ଞମାନଙ୍କ ମତ । ତେବେ ଏହି ଜୀବନ ରକ୍ଷାକାରୀ ‘ଜୋଲଜେନ୍ସମା’ର ଉପଚାର ଦ୍ବାରା ପୀଡ଼ିତ ଶିଶୁ କୌଣସି ସହାୟତା ବିନା ନିଜେ ଠିଆ ହୋଇ ଚାଲିପାରିବ ମଧ୍ୟ । ଏହି ଔଷଧରେ ରହିଥିବା ଓନାସେମ୍ନୋଜିନ୍‌ ଆବିପାର୍ଭୋଭେକ୍‌ ନାମକ ମୂଳ ଉପାଦାନ ଶରୀରର ସ୍ନାୟୁ ଭିତରକୁ ପଶି ଜିନ୍‌ ବା ଜନନ କୋଷିକାରେ ସୁଧାର ଆଣିପାରିବ। ଫଳରେ ଶରୀରରେ ସ୍ନାୟୁ ସଂଚାଳନ ସମେତ ମାଂସପେଶୀ ନିୟନ୍ତ୍ରଣ ପାଇଁ ଉଦ୍ଦିଷ୍ଟ ପ୍ରୋଟିନ୍‌ ବିକଶିତ ହୋଇପାରିବ ବୋଲି ବ୍ରିଟେନ୍‌ ଏନ୍‌ଏଚ୍‌ଏସ୍‌ ସିଇଓ ସାର୍‌ ସାଇମନ୍‌ ଷ୍ଟିଭେନ୍‌ସ କହିଛନ୍ତି। ଶିଶୁଙ୍କୁ ନୂତନ ଜୀବନ ପ୍ରଦାନ କରି ପାରୁଥିବା ଔଷଧିର ମୂଲ୍ୟକୁ ମଧ୍ୟ ସେ ଯଥାର୍ଥ ବୋଲି ଦର୍ଶାଇଛନ୍ତି।