କରୋନା ଭ୍ୟାକ୍ସିନ ‘ଫାଇଜର’କୁ ବ୍ରିଟେନ୍ ସରକାରଙ୍କ ଅନୁମତି : ଆସନ୍ତା ସପ୍ତାହରେ ବ୍ରିଟେନରେ ଉପଲବ୍ଧ ହେବ ଫାଇଜର ଟିକା

ପ୍ରଥମ କୋଭିଡ୍ ଟିକା ଭାବେ ଅନୁମତି ପାଇଲା ଫାଇଜର

90

କନକ ବ୍ୟୁରୋ : ମାନବସମାଜ କରୋନା ବିରୋଧୀ ଲଢେଇରେ ଖୁବଶୀଘ୍ର ନିର୍ଣ୍ଣାୟକ ସ୍ଥିତିରେ ପହଚିଂପାରେ । ବିଶ୍ୱର ପ୍ରଥମ କୋଭିଡ ଟୀକା ଫାଇଜରକୁ ଅନୁମତି ମିଳିଛି । କରୋନା ଭ୍ୟାକସିନ ଫାଇଜରକୁ ବ୍ରିଟେନ ସରକାର ଅନୁମତି ଦେଇଛନ୍ତି । ଆସନ୍ତା ସପ୍ତାହରେ ବ୍ରିଟେନରେ ଉପଲବ୍ଧ ହେବ କରୋନା ଟିକା । ଡିସେମ୍ବର ୭ରୁ ବ୍ରିଟେନରେ ଟୀକାକରଣ ପ୍ରକିୟା ଆରମ୍ଭ ହେବ ।

ଆସନ୍ତା ସପ୍ତାହୁ ଏହି ଟିକା ଉପଲବ୍ଧ ହେବ ବୋଲି ବ୍ରିଟେନର ସ୍ୱାସ୍ଥ୍ୟ ସଚିବ କହିଛନ୍ତି । ଏହି ଟିକା ୯୫ ପ୍ରତିଶତ ଫଳପ୍ରଦ ହେବ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି । କିଛି ଦିନ ତଳେ ଆମେରିକାର ଟିକା ପ୍ରସ୍ତୁତକାରୀ କମ୍ପାନି ମଡର୍ଣ୍ଣା ଭାକସିନ ପାଇଁ ଆମେରିକା ଓ ୟୁରୋପ ସରକାର ଠାରୁ ଅନୁମତି ମାଗିବ ବୋଲି କହିଥିଲା । ଫାଇଜର କଂପାନୀ, ବ୍ୟାପକ ଆକାର ଟିକା ପ୍ରସ୍ତୁତି କରିବାରେ ପ୍ରଥମ କଂପାନୀ ହେବ ବୋଲି କୁହାଯାଉଛି ।

ତେବେ ଏହା ଭାରତରେ ବ୍ୟବହାର ହୋଇପାରିବ କି ନାହିଁ, ଏ ନେଇ ବଡ଼ ପ୍ରଶ୍ନଚିହ୍ନ ଲାଗିଛି । କାରଣ ଫାଇଜର ଟିକାକୁ ରଖିବା ଓ ପରିବହନ ପାଇଁ ମାଇନସ୍ ୭୦ ଡିଗ୍ରୀ ସେଲସିୟସ୍ ତାପମାତ୍ରା ଆବଶ୍ୟକ । ତେଣୁ ଏହି ଟିକା ଭାରତରେ ବଡ଼ ଆହ୍ୱାନ ସୃଷ୍ଟି କରିପାରେ ।

Comments are closed.