ନକଲି ଏନକାଉଣ୍ଟରର ଅସଲ କାହାଣୀ! କ୍ୟାମେରା ସାମ୍ନାକୁ ଆସିଲେ ଗଞ୍ଜେଇ କାଉଡ଼ିଆ।

176

କନକ ବ୍ୟୁରୋ: କୋରାପୁଟ ମାଲିପଦର ଏନକାଉଣ୍ଟରକୁ ନେଇ ବିବାଦ ଦେଖାଦେଇଥିବା ବେଳେ ମିଛ ଏନକାଉଣ୍ଟର କରାଯାଇଥିବା ସନ୍ଦେହ ବଢ଼ୁଛି । ଏନକାଉଣ୍ଟରରୁ ବର୍ତିଯାଇଥିବା ଦୁଇ ଜଣ ଗଞ୍ଜେଇ କାଉଡିଆ କନକ ନ୍ୟୁଜ୍ କ୍ୟାମେରା ଆଗରେ ବଖାଣିଛନ୍ତି ସେଦିନର ଲୋମଟାଙ୍କୁରା କାହାଣୀ । ଗତ ୯ ତାରିଖ ରାତିରେ କିଛି ଟଙ୍କା ପାଇଁ ଗଂଜେଇ ବୋହି ନେବାକୁ ଯାଇଥିଲେ ମାଥିଲି ଓ ନବରଙ୍ଗପୁର ଅଂଚଳରୁ ୯ ଜଣ ଯୁବକ । ଜହ୍ନ ଆଲୁଅ ରାତିରେ ଏସଓଜି ଓ ଡିଭିଏଫ ମାଲିପଦରଠାରେ ସେମାନଙ୍କୁ ଅଟକାଇଥିଲା । ଗୁଳି କରାଯିବ ନାହିଁ ବୋଲି କହିଥିଲେ ସୁରକ୍ଷାକର୍ମୀ । ହେଲେ ୧୦ରୁ ୨୦ ମିଟର ଭିତରକୁ ଯିବା ପରେ ହଠାତ୍ ସୁରକ୍ଷାକର୍ମୀ ଗୁଳିଚଳାଇଥିଲେ । ଫଳରେ ୨ ଜଣ କାଉଡ଼ିଆଙ୍କ ମୃତ୍ୟୁ ଘଟିଥିଲା । ମାଥିଲି ବ୍ଲକର ଧନ କମାର ଓ ଜୟ କୁମାର ନାଗ ପ୍ରାଣ ହରାଇଥିଲେ । ଅନ୍ୟମାନେ ସେଠାରୁ ଖସିଆସିଥିଲେ, ଆଉପୋଲିସ୍ ଭୟରେ ଆଜି ଯାଏଁ ଜଙ୍ଗଲରେ ବୁଲଛନ୍ତି ।

ପୂର୍ବରୁ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ଏନକାଉଣ୍ଟରରେ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା କହିଥିଲେ । ଏହାସହ ଘଟଣାସ୍ଥଳରୁ ଗୁଳି, ବନ୍ଧୁକ, ବୋମା, ଡିଟୋନେଟର ଆଦି ଜବତ କରାଯାଇଥିବା ନେଇ କହିଥିଲେ ଡିଆଇଜି ।