ପ୍ରବଳ ବର୍ଷାରେ ସୋରରୁ ଆସିଲା ଚିନ୍ତାଜନକ ଚିତ୍ର : କୋଚିଆ କୋଇଲିରେ ନୟନଜୋର ଉପରୁ ୨୦ ଫୁଟ ତଳକୁ ଖସିଲା ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ ଗର୍ଭବତୀ; ଉଦ୍ଧାର ପରେ ଡାକ୍ତରଖାନାରେ ଭର୍ତ୍ତି

227

କନକ ବ୍ୟୁରୋ : ପୋଲ ତଳକୁ ଖସିପଡିଲା ଜନନୀ ଏକ୍ସପ୍ରେସ । ବାଲେଶ୍ୱର ଜିଲ୍ଲା ସୋର-କୁପାରୀ ରାସ୍ତାର କୋଚିଆ କୋଇଲିଠାରେ ନୟନ ଯୋରୀର ୨୦ ଫୁଟ ତଳକୁ ଖସିଗଲା ଆମ୍ବୁଲାନ୍ସ । ହେଲେ ସୌଭାଗ୍ୟରୁ ବର୍ତ୍ତିଗଲେ ଗର୍ଭବତୀ । ପୋଲିସ ସହାୟତାରେ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତି କରାଯାଇଛି । ଗଡପୋଖରୀ ଗୁଆପାଳ ଗାଁର ସୁମତି ନାୟକଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଜନନୀ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଆମ୍ବୁଲାନ୍ସ ତାଙ୍କୁ ଘରୁ ଧରି ହସ୍ପିଟାଲ ଅଭିମୁଖେ ଗଲାବେଳେ ଭାରସାମ୍ୟ ହରାଇ ନୟନେଯାରିକୁ ଖସିପଡିଥିଲା । ତେବେ କାହାର କିଛି କ୍ଷତି ହୋଇନଥିବାବେଳେ ଏବେ ପ୍ରସୂତିଙ୍କୁ ଖଇରା ମେଡିକାଲରେ ରଖି ଚିକିତ୍ସା କରାଯାଉଛି ।