ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ବିବନର ଚିହ୍ନଟ ପାଇଁ ହେବ ଟିଆଇ ପରେଡ । ଜଳନ୍ଧର ହିଁ ବିବନ ବୋଲି ଚିହ୍ନଟ କରିବେ ପୀଡିତା ଓ ସହଯୋଗୀ ଅପରାଧି ।

99

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତର ବିବନର ଚିହ୍ନଟ ପାଇଁ ହେବ ଟିଆଇ ପରେଡ । ଜେଲରେ ଥିବା ବିବନର ଟିଆଇ ପରେଡ ମାଜିଷ୍ଟ୍ରେଟଙ୍କ ସାମ୍ନାରେ କରିବ ସିବିଆଇ । ପ୍ରକୃତରେ ଜଳନ୍ଧର ହିଁ ବିବନ ବୋଲି ଚିହ୍ନଟ କରିବେ ପୀଡିତା ଓ ସହଯୋଗୀ ଅପରାଧି । ଘଟଣାର ୨୨ବର୍ଷ ପରେ ବିବନକୁ ଚିହ୍ନଟ କରିବା ସବୁଠାରୁ ବଡ ଚ୍ୟାଲେଂଜ ହୋଇପାରେ ।

ପୀଡିତା ଟିଆଇ ପରେଡରେ ଅଭିଯୁକ୍ତ ବିବନକୁ ଚିହ୍ନଟ କରିବେ । ସେପଟେ ଚୌଦ୍ୱାର ଜେଲରେ ଥିବା ଧୀରେନ୍ଦ୍ର ଓରଫ ଟୁନିଆ ମହାନ୍ତିକୁ ମଧ୍ୟ ବିବନର ଫଟୋ ଦେଖାଇବ ସିବିଆଇ । ଆବଶ୍ୟକ ପଡିଲେ ବିବନକୁ ଧୀରେନ୍ଦ୍ର ସାମ୍ନାରେ ବ୍ୟକ୍ତିଗତ ହାଜର କରାଯିବ । ପୀଡିତା ଓ ଧୀରେନ୍ଦ୍ର ହିଁ ସ୍ପଷ୍ଟ କରିବେ ଇଏ ୨୨ବର୍ଷ ତଳର ସେହି ଗଣଦୁଷ୍କର୍ମ ମାଷ୍ଟରମାଇଣ୍ଡ ବିବନ ।