ତହସିଲଦାର ଜାଳିଦେଲେ ୨୦ଲକ୍ଷ ଟଙ୍କା । ଚଢାଉ ଭୟରେ ରାଜସ୍ଥାନ ସିରୋହି ତହସିଲଦାର ଜାଳିଦେଲେ ୨୦ଲକ୍ଷ ଟଙ୍କା ।

207

କନକ ବ୍ୟୁରୋ: ଦୁର୍ନିତୀ ନିବାରଣ ଅଧିକାରୀଙ୍କ ଚଢଉ ପୂର୍ବରୁ ତହସିଲଦାର ଜାଳିଦେଲେ ୨୦ ଲକ୍ଷ ଟଙ୍କା । ଅଧା ଜଳା ନୋଟ ସହ ଗିରଫ ହେଲେ ତହସିଲଦାର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଜସ୍ତାନର ସିରୋହି ଜିଲ୍ଲାରେ । ତହସିଲଦାର କଳ୍ପେଶ କୁମାର ଜେନ୍ ଦୁର୍ନୀତି ନିବାରଣ ଟିମ ତାଙ୍କ ଘରକୁ ଆସୁଥିବାର ଜାଣି କବାଟ ଝରକା ବନ୍ଦ କରିଦେଇଥିଲେ ।

ତେବେ କଳ୍ପେଶ କବାଟ ନଖୋଲିବାରୁ ଦୁର୍ନିତୀ ନିବାରଣ ଟିମ୍ କବାଟ ଭାଙ୍ଗି ତାଙ୍କ ଘରେ ପଶିଥିଲେ । ତେବେ ଘରେ ଗ୍ୟାସରେ ବର୍ଣ୍ଣରରେ ଟଙ୍କା ପୋଡ଼ୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହା ପରେ ପୋଡ଼ା ଟଙ୍କା ସହ କଳ୍ପେଶଙ୍କୁ ଗିରଫ କରିଥିଲେ ଦୁର୍ନିତି ନିବାରଣ ଟିମ୍ । ତହସିଲଦାରଙ୍କ ବିରୋଧରେ ବାରମ୍ବାର ଦୁର୍ନୀତି ଅଭିଯୋଗ ଆସିବା ପରେ, ଦୁର୍ନୀତି ନିବାରଣ ବ୍ୟୁରୋର ଅଧିକାରୀ ମାନେ ଚଢଉ କରିବା ପାଇଁ ତାଙ୍କ ଘରେ ପହଂଚିଥିଲେ ।

ଏଥିରେ ଭୟଭୀତ ହୋଇ ତହସିଲଦାର କଳ୍ପେଶ କୁମାର ଜେନ୍ ୨୦ଲକ୍ଷ ଟଙ୍କାକୁ ଗ୍ୟାସରେ ଜାଳି ଦେଇଥିଲେ । ତେବେ ଟଙ୍କା ସମ୍ପୂର୍ଣ୍ଣ ଭାବେ ପୋଡି ଯିବା ପୂର୍ବରୁ ଏସିବିର ଅଧିକାରୀମାନେ ଏହାକୁ ଜବତ କରିବା ସହ ତାଙ୍କୁ ଗିରଫ କରିନେଇଥିଲେ ।