କାଲି ଉଦ୍ଧବଙ୍କ ପାଇଁ ଅଗ୍ନିପରୀକ୍ଷା: ଫ୍ଲୋର ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

134

କନକ ବ୍ୟୁରୋ: ମହାରାଷ୍ଟ୍ରରେ ଫ୍ଲୋର ଟେଷ୍ଟ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ । କାଲି ୧୧ଟାରୁ ହେବ ଫ୍ଲୋର ଟେଷ୍ଟ । ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ କାୟମ ରଖିଲେ ସୁପ୍ରିମକୋର୍ଟ । ଅଯୋଗ୍ୟ ନୋଟିସ ପାଇଥିବା ୧୬ ବିଧାୟକ ମଧ୍ୟ ଭୋଟ ଦେଇପାରିବେ । କାଲି ସନ୍ଧ୍ୟା ୫ଟା ସୁଦ୍ଧା ଫ୍ଲୋର ଟେଷ୍ଟ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜୁଲାଇ ୧୧ରେ ଅନ୍ୟ ଆଇନଗତ ମାମଲାର ହେବ ଶୁଣାଣି ।

କାଲି ବିଦ୍ରୋହୀ ବିଧାୟକମାନେ ମୁମ୍ବାଇ ଆସୁଥିବାରୁ ମୁମ୍ବାଇ ପୁଲିସକୁ ହାଇ ଆର୍ଲଟରେ ରଖାଯାଇଛି । ସବୁ ରାଜନୈତିକ ଦଳଗୁଡିକ ଆପତିଜନକ ତଥା ହିଂସା ସୃଷ୍ଟି ଭଳି ମନ୍ତବ୍ୟ ନ ଦେବାକୁ କହିଛି ମୁମ୍ବାଇ ପୁଲିସ । ଏପଟେ ଉଦ୍ଧବ ଠାକରେ ଆଜି ପୁଣି ଥରେ କ୍ୟାବିନେଟ୍ ବୈଠକ କରିଛନ୍ତି । ବୈଠକ ପରେ ଉଦ୍ଧବ ଅଢେଇ ବର୍ଷ ସହ ତାଙ୍କ ସହ ଥିବା ସବୁ ମନ୍ତ୍ରୀ ଏବଂ ପ୍ରଶାସକମାନଙ୍କୁ ଧନ୍ୟବାବ ଜଣାଇଛନ୍ତି । ଏଥିସହ କ୍ୟାବିନେଟ୍ ବୈଠକରେ ଆଉରଙ୍ଗାବାଦ ଓ ଓସମାନବାଦ ସହର ନାମ ପରିବର୍ତନ କରି ସାମ୍ବାଜୀ ନଗର ଏବଂ ଧରାଶିବ ରଖିଛନ୍ତି । କିନ୍ତୁ ତାଙ୍କୁ ତାଙ୍କ ନିଜ ଲୋକମାନେ ମାନେ ଧୋକା ଦେଇଥିବା କହିଛନ୍ତି ।

ମହାରାଷ୍ଟ୍ର ଗଣିତ
ଉଦ୍ଧବଙ୍କୁ ସମର୍ଥନ
ଶିବସେନା-୧୬
ଏନସିପି-୫୩
କଂଗ୍ରେସ-୪୪
ଅନ୍ୟ- ୧୩
ମୋଟ-୧୨୬

ମହାରାଷ୍ଟ୍ର ଗଣିତ
ଉଦ୍ଧବଙ୍କୁ ବିରୋଧ
ବିଜେପି-୧୦୬
ସ୍ୱାଧୀନ-୦୫
ଆରଏସପି-୦୧
ଜେଏସଏସ-୦୧
ସିନ୍ଦେ ଗୋଷ୍ଠୀ-୪୯
ବିବିଏ-୦୩
ଅନ୍ୟ—୦୩
ମୋଟ-୧୬୮