ନିଖୋଜଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର। ବିଧାନସଭାରେ ୩ ବର୍ଷର ତଥ୍ୟ ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ। 

85

କନକ ବ୍ୟୁରୋ : ରାଜ୍ୟରେ କେତେ ଶିଶୁ ଓ ମହିଳା ନିଖୋଜ ହୋଇଛନ୍ତି ତାର ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ବିଗତ ତିନିବର୍ଷ ଅର୍ଥାତ ୨୦୧୯ରୁ ୨୦୨୧ ମଧ୍ୟରେ ନିଖୋଜ ହୋଇଥିବା ସମ୍ପୂର୍ଣ୍ଣ ତଥ୍ୟ ଗୃହରେ ରଖିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା । ବିଧାୟକ ପ୍ରଫୁଲ୍ଲ ସାମଲ ପଚାରିଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ୩ ବର୍ଷରେ ୭୬୦୩ ବାଳିକା ନିଖୋଜ ହୋଇଛନ୍ତି । ସେଥିରୁ ୫୮୭୨ ଜଣ ଉଦ୍ଧାର ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୭୩୨ ଜଣଙ୍କର ବର୍ତ୍ତମାନ ମଧ୍ୟ ଖୋଜଖବର ମିଳିନାହିଁ ।

ସେହିଭଳି ୩ ବର୍ଷରେ ୧୧୧୧ ବାଳକ ନିଖୋଜ ହୋଇଥିବା ବେଳେ ୯୦୪ ଜଣ ଉଦ୍ଧାର ହୋଇଛନ୍ତି । ଆଉ ବାକି ଥିବା ୨୦୪ ଜଣଙ୍କ ପତ୍ତାମିଳୁନାହିଁ । ମହିଳାଙ୍କ କ୍ଷେତ୍ରରେ ୩ ବର୍ଷରେ ୨୫ ହଜାର ୯୭୩ ଜଣ ନିଖୋଜ ହୋଇଛନ୍ତି । ସେଥିରୁ ୯୯୨୦ ଜଣ ଉଦ୍ଧାର ହୋଇଥିବା ବେଳେ ୧୬ ହଜାର ୦୫୩ ଜଣ ଏବେବି ନିଖୋଜ ରହିଛନ୍ତି ।