ଗଣତନ୍ତ୍ର ଦିବସ ପାଳନ ନେଇ ଗାଇଡଲାଇନ୍ ଜାରି କଲେ ଏସଆରସି । ଜାଣନ୍ତୁ, କେତେ ଜଣଙ୍କୁ ନେଇ ପାଳନ ହେବ ଜାନୁଆରୀ ୨୬?

250

କନକ ବ୍ୟୁରୋ: ଆସନ୍ତାକାଲି ଅର୍ଥାତ ଜାନୁଆରୀ ୨୬ ତାରିଖରେ ସାରା ଦେଶ ପାଳିବାକୁ ଯାଉଛି ଗଣତନ୍ତ୍ର ଦିବସ । ତେବେ କୋଭିଡ୍ କାଳରେ ଏଥିପାଇଁ କିଛି କଟକଣା ଜାରି କରାଯାଇଛି । ରାଜ୍ୟ ସରକାରଙ୍କ ତରଫରୁ ସ୍ପେଶାଲ ରିଲିଫ୍ କମିଶନର ଏନେଇ ସ୍ୱତନ୍ତ୍ର ଗାଇଡଲାଇନ୍ ପ୍ରସ୍ତୁତ କରିଛନ୍ତି ।

ଏସଆରସିଙ୍କ ତରଫରୁ ମିଳିଥିବା ନିର୍ଦ୍ଦେଶ ମୁତାବକ, ରାଜ୍ୟ, ଜିଲ୍ଲା, ବ୍ଲକ୍ ଓ ପଞ୍ଚାୟତ ସ୍ତରରେ ଗଣତନ୍ତ୍ର ଦିବସ ପୂର୍ବରୁ ଜାରି କରାଯାଇଥିବା ଗାଇଡଲାଇନ୍ ଅନୁସାରେ ପାଳନ ହେବ । ତା ସହିତ ବ୍ୟକ୍ତିଗତ ସ୍ତରରେ କେବଳ ୫ ଜଣ ଲୋକଙ୍କୁ ଏକାଠି କରି ଏଥର ଗଣତନ୍ତ୍ର ଦିବସ ପାଳନ କରିପାରିବେ ଦେଶବାସୀ । ତେବେ ଏହି ସମୟରେ ମାସ୍କ ପରିଧାନ, ସାମାଜିକ ଦୂରତା ପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।ସେହିପରି ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ମଧ୍ୟ କୋଭିଡ୍ ଗାଇଡଲାଇନକୁ ପାଳନ କରାଯାଇ ଗଣତନ୍ତ୍ର ଦିବସ ପାଳନ ହେବ । ଏହି କାର୍ଯ୍ୟକ୍ରମରେ କେବଳ ୧୦ ଜଣ ଲୋକ ଯୋଗ ଦେଇପାରିବେ । ସେଠାରେ ମଧ୍ୟ ମାସ୍କ ପରିଧାନ, ସାମାଜିକ ଦୂରତା ପାଳନ, ସାନିଟାଇଜରର ବ୍ୟବହାରକୁ ଗୁରୁତ୍ୱ ଦେବାକୁ କୁହାଯାଇଛି ।