ଗ୍ଲୋବାଲ ମଂଚରେ ଚମକିଲା ଫିଲ୍ମ ‘ଆରଆରଆର’: ‘ଗୋଲଡେନ୍ ଗ୍ଲୋବ’ରେ ଗୀତ ‘ନାଟୁ ନାଟୁ’କୁ ସଫଳତା

122

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ଫିଲ୍ମ ‘ଆରଆରଆର’ ଗୋଲଡ଼େନ ଗ୍ଲୋବରେ କମାଲ କରିଛି । ସମସ୍ତଙ୍କୁ ଝୁମାଇଥିବା ଏହି ଫିଲ୍ମ ଆରଆରଆର ‘ନାଟୁ ନାଟୁ’ସଙ୍ଗକୁ ଏବେ ମିଳିଛି ଗୋଲଡେନ ଗ୍ଲୋବରେ ବେଷ୍ଟ ଅରିଜିନାଲ ସଙ୍ଗ ଆୱାର୍ଡ଼ । ଲୋକପ୍ରିୟ ଫିଲ୍ମ ନିର୍ଦ୍ଦେଶକ ଏସଏସ ରାଜମୈାଲିଙ୍କ ଫିଲ୍ମ ‘ ଆରଆରଆର ର ଗୀତ ‘ନାଟୁ ନାଟୁ’କୁ ମିଳିଛି ବେଷ୍ଟ ଅରିଜିନାଲ ସଙ୍ଗ ଆୱାର୍ଡ଼ । ଗୀତରେ ଜୁନିଅର ଏନ୍ଟିଆର ଓ ରାମଚରଣଙ୍କ ଜବରଦସ୍ତ ଡ୍ୟାନ୍ସ ରହିଛି । ଯାହାକୁ ଦର୍ଶକ ଖୁବ ବେଶ ପସନ୍ଦ କରିଥିଲୋ ଏହି ଗୋଲଡେନ୍ ଗ୍ଲୋବ ଆୱାର୍ଡ ପାଇଁ ଲମ୍ବା ରେସ୍ ଲାଗିଥିବା ବେଳେ ‘ନାଟୁ ନାଟୁ ‘ଗୀତକୁ ମିଳିଛି ଏହି ଆୱାର୍ଡ । ଯାହା ଭାରତୀୟ ସିନେମା ପାଇଁ ନିଶ୍ଚିତ ଭାବେ ଏକ ବଡ ଓ ଖୁସି ଖବର । ଆରଆରଆର ଫିଲ୍ମ ଦୁଇଟି କାଟାଗୋରି ପାଇଁ ଗୋଲ୍ଡେନ ଆୱାର୍ଡରେ ନୋମିନେଟ ହୋଇଥିଲା । ଏହାକୁ ଅଣ ଇଂରାଜୀ ଭାଷା ଫିଲ୍ମ ଓ ବେଷ୍ଟ ଅରିଜିନାଲ ସଙ୍ଗ ମୋସନ ପିକଚର ପାଇଁ ନୋମିନେଟ କରାଯାଇଥିଲା।

ଏହି ଗୋଲଡେନ ଗ୍ଲୋବ ପୁରସ୍କାର ଗ୍ରହଣ କରିବାପାଇଁ ନିର୍ଦ୍ଦେଶକ ଏସ୍.ଏସ୍ ରାଜାମୌଲୀ ଓ ଅଭିନେତା ଜୁନିୟର ଏନଟିଆର୍ଙ୍କ ସହ ରାମଚରଣ କାଲିଫର୍ଣ୍ଣିଆ ଗସ୍ତ କରିଥିଲେ । ‘ଦ ଗୋଲଡେନ୍ ଗ୍ଲୋବସ’ ୨୦୨୩ ସମାରୋହରେ ପୁରସ୍କାର ଗ୍ରହଣ କରିବା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଛନ୍ତି ଏହି ଟିମ୍ । ତେବେ ଗୋଲଡ଼େନ ଗ୍ଲୋବରେ ଧୁମ ମଚାଇଥିବା ଏହି ଫିଲ୍ମଟି ଗତ ୨୪ ମାର୍ଚ୍ଚ ୨୦୨୨ରେ ସିନେମାଘରରେ ରିଲିଜ ହୋଇଥିଲା । ମୋଟ ୧୨ଶହ କୋଟି ଆୟ କରିଛି ଏହି ଫିଲ୍ମ ।

ରାମଚରଣ ଓ ଜୁନିଅର ଏନଟିଆରଙ୍କ ଅଭିନୀତ ଏହି ଫିଲ୍ମ ଗୋଲଡେନ ଗ୍ଲୋବରେ ସମ୍ମାନିତ ହେବା ପରେ ବିଭିନ୍ନ ଆଡ଼ୁ ପୁରା ଟିମକୁ ଶୁଭେଚ୍ଛାର ସୁଅ ଛୁଟିଛି । ବଲିଉଡ଼ର ବିଭିନ୍ନ ଅଭିନେତା ଶୁଭେଚ୍ଛା ଜଣାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି ।