ବାତ୍ୟା ପ୍ରଭାବରେ ଧିରେ ଧିରେ ଅଶାନ୍ତ ହେଉଛି ସମୁଦ୍ର । ତଳିଆ ଅଞ୍ଚଳରେ ପାଣି ମାଡିଯିବା ଆଶଂକା 

210

କନକ ବ୍ୟୁରୋ : ବାତ୍ୟା ‘ଜୱାଦ’ ପ୍ରଭାବରେ ଧିରେ ଧିରେ ଅଶାନ୍ତ ହେଉଛି ସମୁଦ୍ର । ସ୍ୱାଭାବିକ ଠାରୁ ଅଧିକ ଉଚ୍ଚରେ ଜୁଆର ଉଠିବା ଆରମ୍ଭ ହୋଇସାରିଲାଣି  । ଯାହାର ପ୍ରଭାବ ତଳିଆ ଅଂଚଳରେ ପଡିବ ବୋଲି ଆଶଙ୍କା ରହିଛି  । ସ୍ଥଳ ଭାଗକୁ ମାଡି ଆସିପାରେ ସମୁଦ୍ର ପାଣି । କେନ୍ଦ୍ରପଡ଼ା ଜିଲ୍ଲା ଟିକାୟତ ନଗର ଅଞ୍ଚଳରେ ୨ କିଲୋମିଟର ୬୪୦ ମିଟର ପର୍ଯ୍ୟନ୍ତ ସମୁଦ୍ର ପାଣି ମାଡି ଆସିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଜଗତସିଂହପୁର ଜିଲ୍ଲା ମୁଷାଡିଆ ଅଞ୍ଚଳରେ ୨ କିଲୋମିଟର ୩୭୦ ମିଟର ପର୍ଯ୍ୟନ୍ତ ସମୁଦ୍ର ପାଣି ମାଡି ଆସିପାରେ । ପୁରୀ ଛୁରିଆନାରେ ୧ କିଲୋମିଟରରୁ ଅଧିକ ସମୁଦ୍ର ପାଣି ମାଡ଼ି ଆସିବା ସମ୍ଭାବନା ରହିଛି । ଭଦ୍ରକ ମୋହନପୁରରେ ୬୪୦ ମିଟର, ବାଲେଶ୍ୱର ଜିଲ୍ଲା ଶ୍ରୀକୋଣରେ ୭୮୦ ମିଟର, ଗଞ୍ଜାମ ଜିଲ୍ଲା ଗୋଳାବନ୍ଧ ଠାରେ ୮୧୦ ମିଟର ଓ ପ୍ରୟାଗି ଠାରେ ୭୬୦ ମିଟର ପର୍ଯ୍ୟନ୍ତ ସମୁଦ୍ର ପାଣି ମାଡି ଆସିପାରେ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।