୯୦ ଦିନରେ ପହଞ୍ଚିଲା ରୁଷ-ୟୁକ୍ରେନ ଯୁଦ୍ଧ: ୟୁକ୍ରେନ ଉପରେ ଲଗାତାର ଆକ୍ରମଣ ଜାରି ରଖିଛି ରୁଷ 

157

କନକ ବ୍ୟୁରୋ: ରୁଷ ୟୁକ୍ରେନ ଯୁଦ୍ଦକୁ ୯୦ ଦିନ ପୁରିଛି । ଲଗାତାରା ଯୁଦ୍ଧ ଜାରି ରହିବା କାରଣରୁ ୟୁକ୍ରେନର ଅନେକ  କ୍ଷୟକ୍ଷତି ହୋଇଛି । ଏହାରି ଭିତରେ ୱାଲର୍ଡ ଇକୋନୋମିକ ଫର୍ମ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦମିର ଜେଲେନସ୍କି  । ଜେଲେନସ୍କି ବିଶ୍ୱର  ବଡ କମ୍ପାନୀଙ୍କୁ ୟୁକ୍ରେନରେ ନିବେଶ କରିବାକୁ ନିବେଦନ କରିଛନ୍ତି ଜେଲେନସ୍କି । ଜେଲନସ୍କିଙ୍କ ନିବେଦନ କ୍ରମେ ବିଶ୍ୱର ବଡ କଫ୍ି ସପ  କମ୍ପାନୀ ଷ୍ଟାର ବକ୍ସ ରୁଷରେ ବ୍ୟବସାୟ ବନ୍ଦ କରିବା  ନେଇ ଘୋଷଣା କରିଛି ।

ଭିଓ-୧ ୯୦ ଦିନରେ ପହଂଚିଛି ରୁଷ ୟୁକ୍ରେନ ଯୁଦ୍ଧ । ଦୁଇ ଦେଶ ମଧ୍ୟରେ ଏବେ ବି  ଯୁଦ୍ଧ ଜାରୀ ରହିଛି । ୟୁକ୍ରେନ ଉପରେ ଆକ୍ରମଣ ଜାରୀ ରଖିଛି ରୁଷ । ଏବଂ ଲଗାତାର ଆକ୍ରମଣ ଜାରି ରହିବା ଫଳରେ ୟୁକ୍ରେନରର ଅନେକ ଅଂଚଳ ଖାର ଖାର ହୋଇ ସାରିଛି । ସୁଚନା ଅନୁସାରେ , ଗତ ସପ୍ତାହର ୟୁକ୍ରେନର ଦକ୍ଷିଣ ଚେର୍ଣ୍ଣିହିବ ସହରରେ ରୁଷ ସେନାର ଆକ୍ରମଣ ଯୋଗୁଁ ୮୯ ଜଣ ୟୁକ୍ରେନ ନାଗରୀକଙ୍କ ମୃତ୍ୟୁ ହୋଇଛି । ଘଟଣାକୁ କଡା ନିନ୍ଦା କରିଛି ୟୁକ୍ରେନ । ଏହାରି ଭିତରେ ସୋମବାର  ୱାଲର୍ଡ ଇକୋନୋମିକ ଫର୍ମ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦମିର ଜେଲେନସ୍କି । ଏହି ସମୟରେ ଜେଲେନ୍ସି ବିଶ୍ୱର ବଡ କମ୍ପାନୀଙ୍କୁ ରୁଷ ଛାଡି ୟୁକ୍ରେନରେ ନିବେଶ କରିବାକୁ ନିବେଦନ କରିଛନ୍ତି ।  ତେବେ ଜେଲେନ୍ସିଙ୍କ ଏହି ନିବେଦନ କ୍ରମେ ଅନେକ କମ୍ପାନୀ ରୁଷରେ ନିଜ ବ୍ୟବସାୟ ବନ୍ଦ କରିଥିବା ଜଣାପଡିଛି ।

ବିଶ୍ୱର ସବୁଠୁ ବଡ କଫି ସପ୍, ଷ୍ଟାର ବକ୍ସ ରୁଷ ବଜାରରୁ ବାହାରିବା ପାଇଁ ଘୋଷଣା କରିଛି । ରୁଷରେ ଥିବା ୧୩୦ ଟି କଫି ସପ ବନ୍ଦ କରିବାକୁ ନିଷ୍ପତି ନେଇଛି ଷ୍ଟାର ବକ୍ସ । ଏହା ପୁର୍ବରୁ ମେକ ଡୋନାଲ୍ଡ ଭଳି କମ୍ପାନୀ ମଧ୍ୟ ରୁଷରେ ବ୍ୟବସାୟ ବନ୍ଦ କରିବାକୁ ଘୋଷଣା କରିଛନ୍ତି । ଦେଖିବାକୁ ବାହି ରହିଲା ରୁଷିଆ ୟୁକ୍ରେନ ଯୁଦ୍ଦ ଆଗକୁ କେଉ ମୋଡ ନେଉଛି ।