୬୮ ଦିନରେ ଯୁଦ୍ଧ ଜାରି । ରୁଷ ସମ୍ମୁଖରେ ଦମ୍ଭ ଦେଖାଉଛି ୟୁକ୍ରେନ । ମଇଦାନକୁ ଓହ୍ଲାଇଲେ ରୁଷ ଆର୍ମି ମୁଖ୍ୟ

296

କନକ ବ୍ୟୁରୋ: ଋଷ ୟୁକ୍ରେନ ଯୁଦ୍ଧରେ ନୂଆ ମୋଡ ଆଣିଛି ପୁଟିନ ବାହିନୀ । ଯୁଦ୍ଧରେ ୟୁକ୍ରେନ ସହ ମୁକାବିଲାରେ ରୁଷକୁ ସଫଳତା ମିଳୁନଥିବା ଯୋଗୁଁ ଏବେ ଆର୍ମି ମୁଖ୍ୟଙ୍କୁ ମଇଦାନକୁ ଓହ୍ଲାଇଛନ୍ତି ରାଷ୍ଟ୍ରପତି ପୁଟିନ । ମସ୍କୋରୁ ଯାଇ ଏବେ ୟୁକ୍ରେନରେ ପହଁଚିଛନ୍ତି ଆର୍ମି ମୁଖ୍ୟ ଭେଲେରୀ ଗେରୋସିମୋ । କଳେ ବଳେ କୌଶଳେ ୟୁକ୍ରେନ ଉପରେ ଜିତ ହାସଲ କରିବା ପାଇଁ ପୁଟିନ ସରକାର ନୂଆ ନୂଆ ରଣନୀତି ଆପଣଉଛନ୍ତି । ତେବେ ଯୁଦ୍ଧକୁ ଆର୍ମି ଚିଫକୁ ଓହ୍ଳାଇବା ଆଗକୁ ହୁଏତ ରକ୍ତାକ୍ତ ସଂର୍ଘଷକୁ ଆହୁରି ତ୍ରୀବ କରିପାରେ ବୋଲି ଚର୍ଚ୍ଚା ହେଉଛିି ।

ଦେଶର ସେନା ପ୍ରମୁଖ ପଦ ଛାଡି ଯୁଦ୍ଧ ମଇଦାନକୁ ଓହ୍ଲାଇବା ହୁଏତ ଯୁଦ୍ଧର ରୂପରେଖରେ ବଡ ପରିବର୍ତ୍ତନ ଆଣିପାରେ । ପୁଟିନ ବାହିନୀ କୌଣସି ସ୍ୱତନ୍ତ୍ର ମିଲିଟାରୀ ଅପରେସନ ପାଇଁ ଆର୍ମି ମୁଖ୍ୟଙ୍କ ମଇଦାନକୁ ଆଣିବା ଆଗକୁ ଯୁଦ୍ଧରେ ନୂଆ ମୋଡ ଆଣିପାରେ ।

ୟୁକ୍ରେନ ଛାତିରେ ଘନ ଘନ ଆକ୍ରମଣ ଜାରି ରଖିଛି ରୁଷ । ଓଡେଶାର ବିମାନବନ୍ଦରକୁ ଆକ୍ରମଣ କରି ଧ୍ୱଂସ କରିସାରିଛି ରୁଷ । ୟୁକ୍ରେନର ୧୭ଟି ସାମରିକସ୍ଥଳ ଉପରେ ରୁଷ ଜୋରଦାର ଏୟାରଷ୍ଟ୍ରାଇକ କରିଥିଲା । ଏଥିରେ ୨ଶହରୁ ଅଧିକ ସେନା ମୃତ୍ୟୁବରଣ କରିବା ସହ ୟୁକ୍ରେନ ବଡ କ୍ଷତି ସହିିଛି । ସେପଟେ ମାରିୟୁପୋଲର ଜନବସିତ ଅଞ୍ଚଳରେ ମିସାଇଲ ମାଡ କରୁଛି ପୁଟିନସେନା । ସେଠାରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରୁଛି ମିଳିତ ଜାତିସଂଘର ଏକ ସ୍ୱତନ୍ତ୍ର ଟିମ ।

ଆକାଶ ପଥରୁ ଘନ ଘନ ଆକ୍ରମଣ, ସ୍ଥଳପଥରେ ଘମାଘୋଟ ଲଢେଇ ଭିତରେ ରୁଷ ଜଳପଥରୁ ବି ଆକ୍ରମଣ ଜାରି ରଖିଛି । ୟୁକ୍ରେନକୁ ଚାରିପଟୁ ଘେରିବା ପାଇଁ କୃଷ୍ଣସାଗରରେ ଶକ୍ତିଶାଳୀ ଯୁଦ୍ଧପୋତ ମୃତୟନ କରିବା ସହ ସମୁଦ୍ର ଗର୍ଭର ମିସାଇଲ ମାଡ କରୁଛି ରୁଷ । ତେବେ ୟୁକ୍ରେନ ରାଷ୍ଟ୍ରପତି ଭୋଲଡମିର ଜେଲେନସ୍କି ଅଭିଯୋଗ କରିଛନ୍ତି ଯେ ତାଙ୍କ ଦେଶକୁ ସମୁଦ୍ରପଥଦେଇ ଚାରିପଟୁ ଘେରିବା ଆରମ୍ଭ କରିଛି ବଡ ଆର୍ଥିକ କ୍ଷତି ପହଁଚାଇବାକୁ ଉଦ୍ୟମ କରୁଛି ରୁଷ ।

ୟୁକ୍ରେନ ଉପରେ ବର୍ବରତା କାଣ୍ଡ ଘଟାଇ ଚାଲିଥିବା ରୁଷ ରାଷ୍ଟ୍ରପତିଙ୍କ ଅସୁସ୍ଥତା ଖବର ଆସୁଥିଲା ତାକୁ ଖଣ୍ଡନ କରିଛି କ୍ରେମଲିନ । ଚର୍ଚ୍ଚା ହେଉଥିବା ଖବର ଏକ ଗୁଜବ କହିଛି କ୍ରେମଲିନ । ନିକଟରେ ରୁଷର କିଛି ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ ରାଷ୍ଟ୍ରପତି ପୁଟିନ ପ୍ୟାନକ୍ରିୟା କ୍ୟାନସରରେ ପୀଡିତ ଅଛନ୍ତି ଓ ଖୁବଶୀଘ୍ର ତାଙ୍କର ଅସ୍ତ୍ରୋପଚାର କରାଯିବ । ଏହି ସମୟରେ ନିଜ କ୍ଷମତାକୁ ସେ କିଛି ଦିନ ପାଇଁ ହସ୍ତାନ୍ତର କରିବେ ବୋଲି ଖବର ପ୍ରଚାର ହୋଇଥିଲା ।

ସୋମବାର ୟୁକ୍ରେନ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି ଆମେରିକା ହାଉସ ଅଫ ରିପ୍ରେଜେନଟେଟିଭ ସଦସ୍ୟ ନନାସି ପିଲୋସି । କିଭରେ ଜେଲେନସ୍କି ଓ ପିଲୋସିଙ୍କ ସାକ୍ଷାତର ହୋଇଥିବା ସୂଚନା ରହିଛି । ସାକ୍ଷାତ ସମୟର ଭିଡିଓକୁ ଜେଲେନସ୍କି ଟୁଇଟ କରିଛନ୍ତି । ୟୁକ୍ରେନକୁ ପୂର୍ଣ୍ଣ ସହଯୋଗ ଓ ସମର୍ଥନ ଯୋଗାଇବା ନେଇ ପୁଣି ପ୍ରତିଶ୍ରୁତି ଦେଇଛି ବାଇଡେନ ପ୍ରଶାସନ