ବିଜୁଳି ବଳକା ରାଜ୍ୟ ଓଡ଼ିଶା, ହେଲେ ମହଙ୍ଗାରେ ବିଜୁଳି କିଣିଛନ୍ତି ରାଜ୍ୟବାସୀ । ‘ଓଇଆରସି’ର ରାଜସ୍ୱ ଭିତ୍ତିକ ମୂଲ୍ୟ ନିର୍ଦ୍ଧାରଣକୁ ନେଇ ଦାୟୀ କଲେ ଶକ୍ତି ସମୀକ୍ଷକ ।

119

କନକ ବ୍ୟୁରୋ: ଜାତୀୟ ହାରଠୁ ଓଡିଶାରେ ବିଜୁଳି ମହଙ୍ଗା । ବିଜୁଳି ବଳକା ରାଜ୍ୟ ସତ୍ତେ୍ୱ ଉପଭୋକ୍ତାଙ୍କୁ ମିଳୁନି ଫାଇଦା । ଭାରତ ସରକାରଙ୍କ ଅଧୀନରେ ଥିବା ପାୱାର ଫାଇନାନ୍ସ କର୍ପୋରେସନ୍ ରିପୋର୍ଟରେ ଏପରି ଚାଞ୍ଚଲ୍ୟକର ତଥ୍ୟ ମିଳିଛି ।

  • ଜାତୀୟ ହାରଠୁ ଓଡିଶାରେ ବିଜୁଳି ମହଙ୍ଗା
  • ବିଜୁଳି ବଳକା ରାଜ୍ୟ ସତ୍ୱେ ଉପଭୋକ୍ତାଙ୍କୁ ମିଳୁନି ଫାଇଦା

ଭାରତ ସରକାରଙ୍କ ଅଧୀନରେ ଥିବା ପାୱାର ଫାଇନାନ୍ସ କର୍ପୋରେସନ୍ ରିପୋର୍ଟରେ ଏପରି ଚାଞ୍ଚଲ୍ୟକର ତଥ୍ୟ ମିଳିଛି । ୨୦୧୯-୨୦ ବର୍ଷ ପାଇଁ ଓଡ଼ିଶା ସମେତ ଅନ୍ୟ ରାଜ୍ୟର ଆବଣ୍ଟନ କମ୍ପାନୀମାନେ ଦେଇଥିବା ତଥ୍ୟକୁ ଆଧାର କରି ପାୱାର ଫାଇନାନ୍ସ କର୍ପୋରେସନ୍ ପକ୍ଷରୁ ଏପରି ରିପୋର୍ଟ ପ୍ରକାଶ କରାଯାଇଛି । ରିପୋର୍ଟ ଅନୁସାରେ….

  • ଜାତୀୟସ୍ତରରେ ୟୁନିଟ ପିଛା ଦର ହାରିହାରି ୫ଟଙ୍କା ୧୧ ପଇସା
  • ଓଡିଶାରେ ୟୁନିଟ ପିଛା ଦର ୫ ଟଙ୍କା ୨୨ ପଇସା

ଓଇଆରସି ଓଡ଼ିଶାକୁ ବିଦ୍ୟୁତ୍ କ୍ଷେତ୍ରରେ ଗୋଟିଏ ବଳକା ରାଜ୍ୟ ବୋଲି ଘୋଷଣା କରିବା ପରେ ମଧ୍ୟ ରାଜ୍ୟର ଉପଭୋକ୍ତା ସୁଲଭ ଦରରେ ବିଦ୍ୟୁତ୍ ପାଇପାରୁନାହାନ୍ତି । ଓଡିଶାରେ ବିଦ୍ୟୁତ୍ ମହଙ୍ଗା ହେବା ପଛରେ କ’ଣ ରହିଛି କାରଣ । ଶକ୍ତି ସମୀକ୍ଷକଙ୍କ ମତରେ…

– ମୂଲ୍ୟଭିତିକ ବିଦ୍ୟୁତ୍ ଦର ନିର୍ଣ୍ଣୟ ନକରି ଓଇଆରସି ରାଜସ୍ୱ ଭିତ୍ତିକ ମୂଲ୍ୟ ନିର୍ଦ୍ଧାରଣ
– ରାଜ୍ୟରେ ସାମଗ୍ରିକ ବୈଷୟିକ ଓ ବାଣିଜ୍ୟିକ କ୍ଷତିକୁ ଘରୋଇ କମ୍ପାନୀ ହ୍ରାସ କରିବାରେ ବିଫଳ
– ରାଜ୍ୟ ସରକାରଙ୍କ ପୁଞ୍ଜି ବିନିଯୋଗ ଜରିଆରେ ବିଜୁଳି ଭିତିଭୂମିର ବିକାଶ ସାଧିତ କରାଯାଉଛି
– ଏହାର ସୁପ୍ରଭାବ ବିଜୁଳି ବିଲରେ ପରିଲିକ୍ଷିତ ହେଉନାହିଁ
– ବିଦ୍ୟୁତ୍ କିଣା ଚୁକ୍ତି ଅନୁସାରେ ସରକାର କୋଟା ଜନିତ ଶସ୍ତା ବିଦ୍ୟୁତ୍କୁ ହାତ ଛଡ଼ା କରୁଛନ୍ତି
– ଶସ୍ତା ବିଦ୍ୟୁତ୍ ଉତ୍ପାଦନ ଅନୁକୂଳ ସୁଯୋଗ ଥିଲେ ମଧ୍ୟ ଓଡ଼ିଶା ତତ୍ପର ଦେଖାଉନାହିଁ’

ପଞ୍ଜାବର ଭଗୱନ୍ତ ମାନ ସରକାର ବିଜୁଳି ସେବାକୁ ନେଇ ବଡ ଘୋଷଣା କରିଛନ୍ତି । ଉପଭୋକ୍ତାଙ୍କୁ ୩ଶହ ୟୁନିଟ ବିଜୁଳି ଖର୍ଚ୍ଚ କଲେ କୌଣସି ଦେୟ ଦେବାକୁ ପଡିବ ନାହିଁ । ପୂର୍ବ ଘୋଷଣା ମୁତାବକ ଜୁଲାଇ ୧ରୁ ଏହାକୁ ଲାଗୁ କରିଛନ୍ତି ଆପ୍ ସରକାର । ଏନେଇ ଖବର କାଗଜରେ ବିଜ୍ଞାପନ ପ୍ରକାଶ ପାଇଛି । ଯେଉଁଥିରେ ୩୧ ଡିସେମ୍ବର ୨୦୨୧ ପୂର୍ବର ସମସ୍ତ ବିଜୁଳି ବିଲକୁ ଛାଡ଼ କରାଯାଇଥିବା ଲେଖା ରହିଛି । ଏହାଦ୍ୱାରା ପଂଜାବର ୭୩ ଲକ୍ଷ ପରିବାର ଉପକୃତ ହେବେ ଓ ରାଜ୍ୟ ସରକାର ଉପରେ ଅତିରିକ୍ତ ୫ହଜାର କୋଟିର ଆର୍ଥିକ ବୋଝ ପଡିବ । ଓଇଆରସି ବିଜୁଳି କ୍ଷେତ୍ରରେ ଓଡିଶାକୁ ବଳକା ରାଜ୍ୟ ଘୋଷଣା କରିଛନ୍ତି । କିନ୍ତୁ ଉପଭୋକ୍ତାଙ୍କୁ ଏହାର ଫାଇଦା ମିଳୁନାହିଁ । ଗ୍ରାହକଙ୍କ ଉପରେ ବିଜୁଳି ବିଲ, ବୋଝ ଲଦି ଦିଆଯାଉଛି ।