ପାର୍ସଲ ବୋମା ଖଳନାୟକ ପୁଞ୍ଜିଲାଲର ଆଜି ସରୁଛି ରିମାଣ୍ଡ : କାଲି ପାଟଣାଗଡ କୋର୍ଟରେ ହାଜର କରିବ କ୍ରାଇମବ୍ରାଂଚ

38

କନକ ବ୍ୟୁରୋ : ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟର ମାଇଣ୍ଡ ପୁଞ୍ଜିଲାଲ ମହେରଙ୍କ ରିମାଣ୍ଡ ଅବଧି ଶେଷ ହେଉଛି । ଆସନ୍ତାକାଲି କ୍ରାଇମବ୍ରାଂଚ ତାଙ୍କୁ ପାଟଣାଗଡ ଏସଡିଜିଏମ କୋର୍ଟରେ ହାଜର କରିବ । ପାଟଣାଗଡ କୋର୍ଟରେ ପୁଞ୍ଜିଲାଲକୁ ହାଜର ପରେ ପୁଣି ୮ ଦିନ ରିମାଣ୍ଡ ଆଣିବାକୁ କ୍ରାଇମବ୍ରାଂଚ ଆବେଦନ କରିବ ବୋଲି ସୂଚନା ମିଳିଛି । ଦ୍ୱିତୀୟ ଦଫା ରିମାଣ୍ଡ ସମୟରେ ତାଙ୍କୁ ରାୟପୁର ନେଇ ଯାଂଚ କରିବାକୁ ଯୋଜନା ରହିଛି । ଏହି ମାମଲାରେ କ୍ରାଇମବ୍ରାଂଚ ଆଇଜି ଅରୁଣ ବୋଥ୍ରା ଓ ଆଇଜି ଅମିତାଭ ଠାକୁରଙ୍କ ସହ ଆଲୋଚନା କରିଛନ୍ତି ଆରପି ଶର୍ମା । କ୍ରାଇମବ୍ରାଂଚ ସ୍କାନରରେ ଅଟୋ ଡ୍ରାଇଭର ରହିଛି । ଅଟୋ ଡ୍ରାଇଭରକୁ ଖୋଜିବା ପାଇଁ ୩ଟି ଟିମ ଗଠନ ହୋଇଛି । ଗୋଟିଏ ଟିମ ରାୟପୁର ଯାଇଥିବା ଆର ପି ଶର୍ମା କହିଛନ୍ତି ।

ପୁଂଜିଲାଲ ଯେଉଁ ରୁଟରେ ବୁଲୁୂଥିଲା ତାହାର ସିସିଟିଭି ଫୁଟେଜ ଅନୁଧ୍ୟାନ ହେଉଛି । କୋରିୟର ସଂସ୍ଥାର ସିସିଟିଭି ଇସ୍ରାଏଲ ପଠାଯିବାର ସୂଚନା ମିଳିଛି । ପୁଜିଂଲାଲ ବିରୋଧରେ ଅଧିକ ପ୍ରମାଣ ଯୋଗାଡ କରିବାକୁ ପ୍ରୟାସ କରାଯାଉଥିବା ଡିଜିପି କହିଛନ୍ତି । ଏହା ସହ ପୁଂଜିଲାଲକୁ ଜେରା ବେଳେ କ୍ରାଇମବ୍ର୍ରାଂଚକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । ଏପରିକି ଅଟୋ ରିକ୍ସା ଡ୍ରାଇଭର ଯଦି ନିଜେ ଆସି କ୍ରାଇମବ୍ରାଂଚ ପାଖରେ ହାଜର ହେବେ ତେବେ ତାକୁ ପୁରସ୍କାର ଦିଆଯିବ ବୋଲି ମଧ୍ୟ କୁହାଯାଇଛି । ମୁଖ୍ୟ ଅଭିଯୁକ୍ତ ଇଂରାଜୀ ଅଧ୍ୟାପକ ପୁଂଜିଲାଲ ମେହେରଙ୍କୁ ଗିରଫ ପରେ୬ ଦିନିଆ ରିମାଣ୍ଡରେ ନେଇ ଜେରା କରୁଛି କ୍ରାଇମବ୍ରାଂଚ ।