କନକ ବ୍ୟୁରୋ: ବିଧାୟକଙ୍କ ଦୁଇ ଦିନିଆ ଶପଥ ଗ୍ରହଣ ସମାରୋହର ଆଜି ଶେଷ ଦିନ । କାଲିଠୁ ଆରମ୍ଭ ହୋଇଛି ଶପଥ ସମାରୋହ । ଆଜି ଅବଶିଷ୍ଟ ବିଧାୟକ ଶପଥ ଗ୍ରହଣ କରିବେ । ଗତକାଲି ପ୍ରଥମେ ବିଧାୟକ ଭାବେ ଶପଥ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଓ କେଭି ସିଂହଦେଓ । ବିଧାୟକମାନଙ୍କୁ ଶପଥ ପାଠ କରାଉଛନ୍ତି କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଆସନ୍ତାକାଲି ରହିଛି ବାଚସ୍ପତି ନିର୍ବାଚନ । ଶାସକ ଦଳ ବିଜେପିରୁ ସୁରମା ପାଢୀ ହୋଇପାରନ୍ତି ବାଚସ୍ପତି ପ୍ରାର୍ଥୀ ।

Advertisment

ତିନି ଦିନିଆ ଅଧିବେଶନ ପାଇଁ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କେବଳ ପାସଧାରୀ ବ୍ୟକ୍ତିଙ୍କୁ ବିଧାନସଭାକୁ ପ୍ରବେଶ ଅନୁମତି ରହିଛି । ସୁରକ୍ଷା ଦାୟିତ୍ୱରେ ୭୫ ପୋଲିସ ଅଧିକାରୀଙ୍କ ସହ ଆଠ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ନିଜେ ପୋଲିସ କମିଶନର ସୁରକ୍ଷା ଦାୟିତ୍ୱ ସମ୍ଭାଳିଛନ୍ତି ।