ଖୋଲିବ ନକଲି ଡାକ୍ତର ରମେଶ ଜେନାର ଅସଲ କାହାଣୀ। ୯୪୦ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି କମିଶନରେଟ ପୁଲିସ। 

63

କନକ ବ୍ୟୁରୋ : ଖୋଲିବ ନକଲି ଡାକ୍ତରର ଅସଲ କାହାଣୀ । ୧୮ ସ୍ତ୍ରୀର ସ୍ୱାମୀ ସାଜିଥିବା ରମେଶ ସ୍ୱାଇଁଙ୍କ ପାଇଁ ବଢୁଛି ଅଡୁଆ । ବର୍ତ୍ତମାନ ସୁଦ୍ଧା ପୁଲିସ ରେକର୍ଡରେ ଏହି ଠକ ଡାକ୍ତରର ରହିଛନ୍ତି ୧୮ଜଣ ସ୍ତ୍ରୀଙ୍କ ସମେତ ୧୦୩ ସାକ୍ଷୀ ।  ଏହି ପତ୍ନୀମାନେ  ଗୋଟି ଗୋଟି କରି କହିବେ ଠକ ରମେଶର କାରନାମା । କେବେ, କେଉଁ ଉପାୟରେ କେବେଠୁଁ କେତେଜଣଙ୍କୁ କେମିତି ଚୂନା ଲଗାଇଛି  ତାର ପ୍ରମାଣ ହାତେଇଛି ପୁଲିସ । ଆଉ ଏହି ଠକ ଡାକ୍ତର ନାଁରେ  ୯୪୦ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି କମିଶନରେଟ ପୁଲିସ ।

ଏହି ଠକେଇ ପଛରେ କେବଳ ୪୨୦ ରମେଶ ନୁହେଁ, ବରଂ  ତାଙ୍କର ଦ୍ୱିତୀୟ ପତ୍ନୀ, ଭଉଣୀ, ମ୍ୟାନେଜର ଓ ଡ୍ରାଇଭର ମଧ୍ୟ ସଂପୃକ୍ତ ରହିଥିଲେ । ଏମାନେ ସମସ୍ତେ ମିଳିମିଶି ବାରମ୍ବାର ବିବାହ କରି ଲୁଟ କରିବାର ଷଡଯନ୍ତ୍ର ତିଆରି କରୁଥିଲେ ।

ଏହି ଠକ ଜଣକ କେବଳ ଏକାଧିକ ମାଟ୍ରିମନି ସାଇଟରେ ପରିଚୟ ବଦଳାଇ ବିବାହ କରିନଥିଲା, ବରଂ ସେମାନଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିଲା । ଏହାଛଡା ଡାକ୍ତରୀ ଆଡମିଶନ ନାଁରେ ଠକିବା, ଚାରାରୋପଣ ନାଁରେ ଠକେଇ କରିବା ଏବଂ କୁକୁଡା ଚିଆଁ ସଂସ୍ଥାକୁ ବି ଚୂନା ଲଗାଇବାକୁ ପଛାଇନଥିଲା ।

ରମେଶର ଠକେଇର ତରିକା ଥିଲା ନିଆରା । ବାହା ଜାଲରେ ମହିଳାଙ୍କୁ ଫସାଇ ସେ କରୁଥିଲା କୋଟି କୋଟି ଠକେଇ ।

-୨୦୧୮ ମସିହାରେ  ସେଣ୍ଟ୍ରାଲ ଆର୍ମଡ ଫୋର୍ସରରେ କାମ କରୁଥିବା ଜଣେ ମହିଳାଙ୍କୁ ବିବାହ କରି ୧୦ ଲକ୍ଷ ଠକେଇ 

-ଦିଲ୍ଲୀରେ ବିବାହ କରି ଭୁବନେଶ୍ୱର ଆଣି ୧୩ ଲକ୍ଷ ଚଳୁ

-ଏମବିବିଏସରେ ଆଡମିଶନ ନାଁରେ ହାଇଦ୍ରାବାଦରେ  ଦୁଇ କୋଟିରୁ ଅଧିକ ଠକେଇ

-କୋଭିଡ ମ୍ୟାନେଜମେଣ୍ଟ ନାଁରେ ଠକେଇ ଅଭିଯୋଗ ରହିଛି ରମେଶ ସ୍ୱାଇଁ ନାଁ  ଆଉ ଠକେଇରେ ଥିବା ରମେଶ ସ୍ୱାଇଁ ଓ ତାର ସହଯୋଗୀମାନେ ଏବେ ଅଛନ୍ତି ଝାଡପଡା ଜେଲରେ  ।