କନକ ବ୍ୟୁରୋ : ଗତ ଡିସେମ୍ବର ୩୦ ତାରିଖରେ ବିଶ୍ୱରେ ସର୍ବକାଳୀନ ରେକର୍ଡ ୧୯ ଲକ୍ଷ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହା ପରଠାରୁ ଲଗାତର ଦୈନିକ ସଂକ୍ରମଣ କମିବା ଦେଖିବାକୁ ମିଳିଛି । ଗତ ୨୪ ଘଣ୍ଟାରେ ବିଶ୍ୱରେ ୮ ଲକ୍ଷ ୪୭ ହଜାର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ସ୍ପଷ୍ଟ କରୁଛି ୟୁରୋପ ଏବଂ ଆଫ୍ରିକୀୟ ଦେଶ ଗୁଡିକରେ କରୋନାର ଦୈନିକ ଗ୍ରାଫ୍ ତଳକୁ ଖସୁଛି । ଏହା ପ୍ରମାଣ କରୁଛି ବିଶ୍ୱରେ ତଳକୁ ଖସୁଛି କରୋନା ସଂକ୍ରମଣର ଗ୍ରାଫ୍ ।
ବିଶ୍ୱରେ କମୁଛି କରୋନା ସଂକ୍ରମଣ ହାର । ୟୁୁରୋପ, ଆଫ୍ରିକାରେ ତଳ ମୁହାଁ କରୋନା ଗ୍ରାଫ । ଓମିକ୍ରନ ସଂକ୍ରମଣର ଭୟ ଭିତରେ ଆସିଛି ଆଶ୍ୱସ୍ତିକର ଖବର । ୟୁରୋପ ମହାଦେଶ ଏବଂ ଓମିକ୍ରନ ଚିହ୍ନଟ ହୋଇଥିବା ଦକ୍ଷିଣ ଆଫ୍ରିକାରେ ସଂକ୍ରମଣ ହାର କମିବାରେ ଲାଗିଛି । ଗତ ୪୮ ଘଂଟାର ୟୁରୋପ ଓ ଆଫ୍ରିକାରୁ ଆସିଥିବା ଦୈନିକ କରୋନା ତଥ୍ୟରେ ଏହା ତଳ ମୁହାଁ ହୋଇଥିବା ଜଣାପଡିଛି ।
- ୟୁରୋପୀୟ ଦେଶଗୁଡିକରେ କରୋନା ସଂକ୍ରମଣ ହ୍ରାସ ପାଉଛି
- ବ୍ରିଟେନରେ ୨୪ ଘଂଟାରେ ଚିହ୍ନଟ ହୋଇଛନ୍ତି ୧ ଲକ୍ଷ ୩୭ ହଜାର କରୋନା ଆକ୍ରାନ୍ତ
- ଫ୍ରାନ୍ସରେ ୫୮ ହଜାର ୪୩୨ କରୋନା ସଂକ୍ରମିତ ଚିହ୍ନଟ
- ଇଟାଲୀରେ ୬୧ ହଜାର ୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ
- ଆର୍ଜେଂଟିନାରେ ଦିନକରେ ୨୦ ହଜାର ୫୦୨ ଆକ୍ରାନ୍ତ ଚିହ୍ନଟ
- ତୁର୍କୀରେ ଦିନକରେ ମୋଟ୍ ୩୩ ହଜାର ୫୦୨ କରୋନା ସଂକ୍ରମିତ
ଓମିକ୍ରନ ଚିହ୍ନଟ ହୋଇଥିବା ଦକ୍ଷିଣ ଆଫ୍ରିକାରେ ସ୍ଥିତିରେ ସୁଧାର ଆସିଛି
- ଓମିକ୍ରନର ଉତ୍ପତି ସ୍ଥଳ ଦକ୍ଷିଣ ଆଫ୍ରିକାରେ ମଧ୍ୟ ହ୍ରାସ ପାଉଛି କରୋନା
- ଦୁଇ ସପ୍ତାହ ହେଲା ଦକ୍ଷିଣ ଆଫ୍ରିକାରେ କରୋନା ସଂକ୍ରମଣ ତଳମୁହାଁ
- ଗୋଟିଏ ଦିନରେ ଦକ୍ଷିଣ ଆଫ୍ରିକାରେ ୪ ହଜାର ୩୫୭ ଆକ୍ରାନ୍ତ ଚିହ୍ନଟ
ଭାରତରେ ଏବେ ସଂକ୍ରମଣ ବଢୁଥିବାରୁ ୟୁରୋପ ଓ ଆଫ୍ରିକାର ତାଜା ସ୍ଥିତି ବେଶ ଗୁରୁତ୍ୱପୂର୍ଣ୍ଣ । ହାର କହୁଛି ବିଦେଶରେ ପ୍ରଥମେ ସଂକ୍ରମଣ ଆସି ଶୀର୍ଷ ଛୁଇଁବା ପରେ କମ୍ ହେଲାଣି । ତେଣୁ ଭାରତରେ ଏହା ଖୁବଶୀଘ୍ର ପିକ୍ ଛୁଇଁ ହ୍ରାସ ହେବ ବୋଲି ଅନୁମାନ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/01/vlcsnap-2022-01-04-21h10m54s408.png)