ମଦ ଦୁର୍ନୀତି ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢାଉ। ସମୀର ମହେନ୍ଦ୍ରର ଜେରା ଆଧାରରେ ଚଢାଉ।

71

କନକ ବ୍ୟୁରୋ: ଦିଲ୍ଲୀରେ ହୋଇଥିବା ମଦ ଦୁର୍ନୀତି ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟ ବା ଇଡି ଶୁକ୍ରବାର ଦିଲ୍ଲୀ ସମେତ ହାଇଦ୍ରାବାଦ ଓ ପଞ୍ଜାବର ୩୫ଟି ସ୍ଥାନରେ ବଡଧରଣର ଚଢାଉ କରିଛି । ପୂର୍ବରୁ ଗିରଫ ଅଭିଯୁୁକ୍ତ ସମୀର ମହେନ୍ଦ୍ରର ଜେରା ଆଧାରରେ ଏହି ଚଢାଉ କରାଯାଇଛି । ଅର୍ଥ ହେରଫେର ମାମଲା ରୁଜୁ କରି ଇଡି କିଛି ଦିନ ହେବ ଚଢାଉ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ତାଙ୍କ ମନ୍ତ୍ରୀଙ୍କ ଉପରେ ସଙ୍କଟ ଘନେଇବାରେ ଲାଗିଛି ।

ସେପଟେ ଚଢାଉକୁ ନେଇ କେନ୍ଦ୍ର ସରକାରଙ୍କୁ ଟୁଇଟ କରି ଟାର୍ଗେଟ କରିଛନ୍ତି । ଆପ ମନ୍ତ୍ରୀଙ୍କ ବିରୋଧରେ ପ୍ରମାଣ ଖୋଜିବା ପାଇଁ ୫ଶହରୁ ଅଧିକ ଚଢାଉ, ୩ମାସରେ ସିବିିଆଇ ଓ ଇଡିର ୩ଶହ ଅଧିକାରୀ ୨୪ ଘଣ୍ଟା ଧରି ଚଢାଉ କରୁଛନ୍ତି କିନ୍ତୁ ସେମାନଙ୍କ ହାତ ଖାଲି ରହିଛି । ହୀନ ରାଜନୀତି କରୁଛି ବିଜେପି । ଏବେ ସୁଦ୍ଧା ୧୦୩ରୁ ଅଧିକ ସ୍ଥାନରେ ଚଢାଉ କରିଛି ଇଡି । ମାମଲାରେ ବ୍ୟବସାୟୀ ତଥା ଇଣ୍ଡୋରସ୍ପିରିଟ ପରିଚାଳନା ନିର୍ଦ୍ଦେଶ ସମୀର ମହେନ୍ଦ୍ରକୁ ଗିରଫ କରି ଜେରା କରାଯାଉଛି । ସିବିଆଇ ଏହି ମାମଲାରେ ଏଫଆଇଆର ପଞ୍ଜୀକରଣ କରିବା ପରେ ଇଡି ମନି ଲଡ୍ରିଂ ମାମଲା ରୁଜୁ କରିଥିଲା । ଦିଲ୍ଲୀ ଉପରାଜ୍ୟପାଳ ବି,କେ ସକସେନା ଦିଲ୍ଲୀ ଏକ୍ସାଇଜ ପଲିସି ୨୦୨୧-୨୨ରେ ଅନିୟମିତତା ଘଟଣାର ସିବିଆଇନ୍ଦନ୍ତ ପାଇଁ ସୁପାରିଶ କରିଥିଲେ । ୧୧ଜଣ ଏକ୍ସାସାଇଜ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି ।