ୟୁରୋପ ଗସ୍ତର ଶେଷ ଦିନରେ ଫ୍ରାନ୍ସରେ ପହଁଚିଲେ ପ୍ରଧାନମନ୍ତ୍ରୀ: ପ୍ୟାରିସ ବିମାନବନ୍ଦରରେ ଭବ୍ୟ ସ୍ୱାଗତ 

86

କନକ ବ୍ୟୁରୋ: ୟୁରୋପ ଗସ୍ତର ଅନ୍ତିମ ଦିନରେ ଫ୍ରାନ୍ସରେ ପହଂଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଫ୍ରାନ୍ସର ରାଜଧାନୀ ପ୍ୟାରିସ ଏୟାରପୋର୍ଟରେ ପହଂଚିବା ପରେ ମୋଦୀଙ୍କୁ ଜୋରଦାର ସ୍ୱାଗତ କରାଯାଇଛି । ଏୟାରପୋର୍ଟରୁ ସିଧା ପ୍ରଧାନମନ୍ତ୍ରୀ ହୋଟେଲ ପ୍ଲାଜା ଏଥେନୀକୁ ଯାଇଥିଲା । ହୋଟେଲ ବାହାରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ଏକାଠି ହୋଇଥିଲେ ପ୍ରବାସୀ ଭାରତୀୟ । ହାତରେ ତ୍ରିରଙ୍ଗା ଧରି, ବାଜା ବଜାଇ ଭାରତ ମାତା କି ଜୟ, ବନ୍ଦେ ମାତାରମ ନାରା ଦେଇ ମୋଦୀଙ୍କୁ ସ୍ୱାଗତ କରିଥିଲେ ।

ଏହି ଅବସରରେ ସେଠାରେ ଉପସ୍ଥିତ ଛୋଟ ଛୋଟ ପିଲାଙ୍କ ପାଖକୁ ଯାଇ ପ୍ରଧାନମନ୍ତ୍ରୀ, ଅଟୋଗ୍ରାଫ ଦେଇଛନ୍ତି । ମୋଦୀଙ୍କୁ ଦେଖିବା ପାଇଁ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ପ୍ୟାରିସରେ ଫ୍ରାନ୍ସର ନବନିର୍ବାଚିତ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ଭେଟିଛନ୍ତି ଭାରତର ପ୍ରଧାନମନ୍ତ୍ରୀ । ଲଗାତାର ଦ୍ୱିତୀୟ ଥର ପାଇଁ ଫ୍ରାନ୍ସର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାରୁ ମାକ୍ରୋନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୋଦୀ । ଗତ ଏପ୍ରିଲରେ ଫ୍ରାନ୍ସର ରାଷ୍ଟ୍ରପତି ନିର୍ବାଚନ ପରେ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ରାଷ୍ଟ୍ରପତି ମାକ୍ରୋନଙ୍କ ସହ ଆଲୋଚନା କରିବାରେ ବିଶ୍ୱର ପ୍ରଥମ ନେତା ହେଉଛନ୍ତି ନରେନ୍ଦ୍ର ମୋଦୀ ।