କନକ ବ୍ୟୁରୋ: ମହଙ୍ଗା ମାଡ଼ରୁ ଗ୍ରାହକଙ୍କୁ ମିଳିଲା ସାମାନ୍ୟ ଆଶ୍ୱସ୍ତି । ବଜାରରେ କମିଛି ପରିବାର ଦର । କଟକ ଛତ୍ରବଜାରରେ କଖାରୁ କେଜି ୨୦ ଟଙ୍କା, ଭେଣ୍ଡି କେଜି ୪୦, ଭଣ୍ଡା ୩୦, ଗାଜର ୪୦, ବାଇଗଣ ୩୦ରୁ ୪୦ ଟଙ୍କା କୁନ୍ଦୁରି ୨୦ ଟଙ୍କା, କୋଶଳା ବିଡ଼ାକୁ ୧୦ ଟଙ୍କା, ଝୁଡ଼ଙ୍ଗ ୪୦ଟଙ୍କା, କଲରା ୪୦ରୁ ୫୦ଟଙ୍କା, କାଙ୍କଡ ୩୦, ସାରୁ ୫୦, ବନ୍ଧା କୋବି ୩୦ ଟଙ୍କା ରହିଛି । ଏହି ପରିବାର ମୂଲ୍ୟ ଦିନେ ତଳେ ୮୦ ଟଙ୍କା ଉପରେ ଥିବା ବେଳେ ଏବେ କମିଛି ପରିବା ଦର । ହେଲେ ଏବେବି ବିଲାତି, ଅଦା, କଂଚାଲଙ୍କା ଦର ଅପରିବର୍ତିତ ରହିଛି । ଟମାଟୋ ୧୪୦ ଟଙ୍କା, ଅଦା ୨୪୦ ଟଙ୍କା ରହିଛି ।