ଆସିଲା ମନ୍ତ୍ରୀ ନବ ଦାସଙ୍କ ପୋଷ୍ଟମର୍ଟମ ରିପୋର୍ଟ: ହୃତପିଣ୍ଡରେ ଆଘାତ ଲାଗିବା ଯୋଗୁଁ ମୃତ୍ୟୁ ହୋଇଥିବା କ୍ରାଇମବ୍ରାଞ୍ଚର ସୂଚନା

1,351

କନକ ବ୍ୟୁରୋ: ନବ ଦାସଙ୍କ ହୃତପିଣ୍ଡରେ ଗଭୀର କ୍ଷତ ଯୋଗୁଁ, ତାଙ୍କର ମୃତ୍ୟୁ ହୋଇଛି । ନବ ଦାସଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ଏହା ଜଣାପଡିଥିବା ସୂଚନା ଦେଇଛି କ୍ରାଇବ୍ରାଂଚ । ତଦନ୍ତର ଅଗ୍ରଗତି ନେଇ କ୍ରାଇମବ୍ରାଂଚ ପକ୍ଷରୁ ସୂଚନା ଦିଆଯିବା ସହ କୁହାଯାଇଛି, ନବ ଦାସଙ୍କ ଉପରକୁ ଗୁଳି ମାଡ ପରେ, ତାଙ୍କ ହୃତପିଣ୍ଡରେ ଗଭୀର ଆଘାତ ଲାଗିଥିଲା । ହୃତପିଣ୍ଡରେ ଆଘାତ ଲାଗିବା କାରଣରୁ ନବ ଦାସଙ୍କର ମୃତ୍ୟୁ ହୋଇଛି । ତେବେ ଅନ୍ୟ ସବୁ ପ୍ରମାଣକୁ ସଂଗ୍ରହ କରି, ଅଧିକ ତଦନ୍ତ ଜାରି ରଖିଛି କ୍ରାଇମବ୍ରାଂଚ ।

ଗୋପାଳକୁ ୪ଦିନ ରିମାଣ୍ଡରେ ନେଇ ପଚରାଉଚୁରା କରୁଛି । ସେହିପରି କ୍ରାଇମବ୍ରାଂଚ ଟିମ୍, ସାଇଂଟିିଫିକ୍ ଟିମ୍ ସହ ଗାଡି ଓ କ୍ରାଇମସ୍ପଷ୍ଟର ତଦନ୍ତ କରୁଛି । ଆଉ ଏକ ଟିମ୍ ଗୋପାଳଙ୍କ ଗାଁରେ ତଦନ୍ତ କରୁଛି । ତାଙ୍କ ଚିକିତ୍ସା ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରୁଛି । ତାଙ୍କ ଆର୍ଥିକ କାରବାର ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛି । ପରିବାର ଲୋକ ବ୍ୟତୀତ ପଡୋଶୀଙ୍କୁ ବି ଗୋପାଳଙ୍କ ସମ୍ପର୍କରେ ପଚରାଉଚୁରା କରୁଛନ୍ତି । ତେବେ ଗୋପାଳଙ୍କ ମାନସିକ ସ୍ଥିତି ପ୍ରକୃତରେ କେମିତି ଅଛି, ତାହା ଜାଣିବା ପାଇଁ ଫରେନସିକ୍ ଯାଂଚ କରିବାକୁ ପ୍ରସ୍ତୁତି କରୁଥିବା ସୂଚନା ଦେଇଛି କ୍ରାଇମବ୍ରାଂଚ । ପୂର୍ବରୁ ଗୋପାଳ ମାନସିକ ରୋଗରେ ପୀଡିତ ଥିବା ପରିବାର ଲୋକ ଦାବି କରିବା ପରେ, ତାଙ୍କ ମାନସିକ ସ୍ଥିତିର ଯାଂଚ କରିବା ତଦନ୍ତକାରୀ ସଂସ୍ଥା ପାଇଁ ଅତି ଜରୁରୀ ।