ଭୁବନେଶ୍ୱର ପାଇବ ପ୍ରଥମ ମହିଳା ମେୟର: ମହିଳାଙ୍କ ପାଇଁ ସଂରକ୍ଷିତ ରହିଲା ବିଏମସି ମେୟର ପଦ

186

କନକ ବ୍ୟୁରୋ: ମହିଳାଙ୍କ ପାଇଁ ସଂରକ୍ଷିତ ରହିଲା ବିଏମସି ମେୟର ପଦ । ପ୍ରଥମଥର ଭୁବନେଶ୍ୱର ମହାନଗର ନିଗମ ଦେଖିବ ମହିଳା ମେୟର । ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି । ଭୁବନେଶ୍ୱର ମହାନଗର ନିଗମ ଗଠନ ହେବା ଦିନଠାରୁ କୌଣସି ମହିଳା ମେୟର ହୋଇ ନାହାଁନ୍ତି । ସେହିପରି ବ୍ରହ୍ମପୁର ମହାନଗର ନିଗମ ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଛି । ସେପଟେ କଟକ ମହାନଗର ନିଗମ ପଦ ଅଣସଂରକ୍ଷିତ ରହିଛି ।