କନକ ବ୍ୟୁରୋ: ବ୍ରହ୍ମପୁର ଏମ୍କେସିଜିରେ ଦଲାଲ ରାଜ । ଗଂଜାମ ତଥା ଏହାର ଆଖପାଖ ଅଂଚଳରୁ ଆସୁଥିବା ରୋଗୀଙ୍କୁ ବ୍ରହ୍ମପୁର ଏମକେସିଜିରେ ଚିକିତ୍ସା ସେବା ଯୋଗାଇ ଦିଆନଯାଇ ଦଲାଲ ମାନେ ତାଙ୍କୁ ଅନ୍ୟ ଘରୋଇ ଡାକ୍ତରଖାନାକୁ ପଠାଇ ଦିଆଯାଉଥିବା ଅଭିଯୋଗ ହୋଇଛି । ଏଠାକୁ କାହିଁ କେତେ ଦୂରରୁ ଚିକିତ୍ସା ପାଇଁ ହଜାର ହଜାର ରୋଗୀ ପ୍ରତି ଦିନ ଆସୁଛନ୍ତି । ଅବିଭକ୍ତ କୋରାପୁଟ ଜିଲ୍ଲା ଠାରୁ ଆରମ୍ଭ କରି ଅବିଭକ୍ତ ଗଞ୍ଜାମ ଜିଲ୍ଲା , ଖୋର୍ଧା ଜିଲ୍ଲା ଓ ପୁରୀ ଜିଲ୍ଲାର କେତେକ ଅଚଂଳର ଗରୀବ ରୋଗୀମାନେ ସରକାରଙ୍କ ମାଗଣା ଚିକିତ୍ସାର ସୁବିଧା ନେବା ପାଇଁ ଏହି ମେଡିକାଲ ଉପରେ ଭରସା କରିଥାନ୍ତିା ତେବେ ମେଡିକାଲ ପରିସରରେ ବୁଲୁଥିବା କିଛି ଦଲାଲ କିପରି ସେମାନଙ୍କ ବାଟଭ୍ରମ କରନ୍ତି ତାହା ଆଜି ଏକ ଷ୍ଟିଙ୍ଗ୍ ଅପରସେନ ବେଳେ ଏକ୍ସକ୍ଲୁସିଭ କନକ ନିୟୁଜ୍ କ୍ୟାମେରା ରେ କଏଦ ହୋଇଛି । ଏମ୍ କେ ସି ଜି ମେଡିକାଲ ଏବେ ଦଲାଲଙ୍କ କବଳରେ ।
ଏମକେସିଜିରେ ମାତିଛନ୍ତି ଦଲାଲ: ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ବିଭିନ୍ନ ଆଳ ଦେଖାଇ ପଠାଇ ଦେଉଛନ୍ତି ଘରୋଇ ହସ୍ପିଟାଲ
/kanak/media/post_attachments/wp-content/uploads/2022/10/48-2.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)