ପାକିସ୍ତାନ ପ୍ଲେନରେ ପାଗଳାମି: ପେଶାୱାରରୁ ଦୁବାଇ ଯାଉଥିବା ବେଳେ ବିମାନ କାଚକୁ ଗୋଇଠା ମାରିଲେ ଯାତ୍ରୀ 

174

କନକ ବ୍ୟୁରୋ: ବିମାନ ଭିତରେ ହଙ୍ଗାମା । ମଝି ଆକାଶରେ ବିମାନ ଉଡୁଥିବା ବେଳେ ଝରକା କାଚ ଭାଂଗିବାକୁ ପ୍ରୟାସ । ପାକିସ୍ତାନର ଇଂଟରନେଶନାଲ  ଏୟାରଲାଇନ୍ସ ବିମାନ ପେଶାୱାରରୁ ଦୁବାଇ ଯାଉଥିଲା । ଏହି ସମୟରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଦେଖନ୍ତୁ ଏହି ଭିଜୁଆଲକୁ କିପରି ଯାତ୍ରୀ ଜଣଙ୍କ ବିମାନର କାଚକୁ ଗୋଇଠା ମାରି ଝରକା କାଚ ଭାଙ୍ଗିବାକୁ ପ୍ରୟାସ କରୁଛନ୍ତି । ଏହାକୁ ଦେଖି ବିମାନ ଭିତରେ ଥିବା ଅନ୍ୟ ଯାତ୍ରୀ ଭୟଭୀତ ହୋଇଯାଇଥିଲେ । ପରେ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ଯାତ୍ରୀଙ୍କ ଗୋଡ ହାତି ବାନ୍ଧି ଦେଇଥିଲେ ବିମାନର କ୍ରିଉ ସଦସ୍ୟ । ଦୁବାଇରେ ବିମାନ ଅବତରଣ କରିବା ପରେ ସଂପୃକ୍ତ ଯାତ୍ରୀଙ୍କୁ ଦୁୂବାଇ ଏୟାର ଟ୍ରାଫିକ କଂଟ୍ରୋଲର ନିଜ ହେପାଜତକୁ ନେଇଛନ୍ତି । ଏହି ଘଟଣା ସେପ୍ଟେମ୍ବର ୧୪ର ବୋଲି ଜଣାପଡିଛି । ଏବେ ପାକିସ୍ତାନ ଇଂଟରନେଶନାଲ ଏୟାରଲାଇନ୍ସ ଏହି ବ୍ୟକ୍ତିଙ୍କୁ କଳା ତାଲିକାଭୁକ୍ତ କରିଛି । ଅର୍ଥାତ ଏହି ବ୍ୟକ୍ତି ଆଉ ବିମାନରେ ଯାତ୍ରା କରିପାରିବେ ନାହିଁ । ତେବେ ସଂପୃକ୍ତ ବ୍ୟକ୍ତିଙ୍କ ନାଁ ଜଣାପଡି ନାହିଁ ।