ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଅଟକ ରଖି ଭୟଭୀତ ଥିଲେ ପାକ୍ ସରକାର : ଭାରତର ଆକ୍ରମଣ ଭୟରେ କମ୍ପୁଥିଲା ବାଜୱାଙ୍କ ହାତ-ପାଦ; ପାକ୍ ସଂସଦରେ ସରକାରଙ୍କ ଭୟର ପୋଲ୍ ଖୋଲିଲେ ବିରୋଧୀ ଦଳ ସଂସଦ ଆୟାଜ୍ ସାଦିକ୍

503

କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ ଭାରତର ୱିଙ୍ଗ କମାଣ୍ଡର ଅଭିନନ୍ଦନ । ହେଲେ ଏଥର ଚର୍ଚ୍ଚ ଆସିଛି ପାକିସ୍ତାନରୁ । ଅଭିନନ୍ଦନଙ୍କୁ ନ ଛାଡିଲେ ପାକିସ୍ତାନ ଉପରେ ଭାରତ ଆକ୍ରମଣ କରିଦେବ । ଏହି ଭୟରେ ଅଭିନନ୍ଦନଙ୍କୁ ଛଡାଯାଇଥିଲା ବୋଲି ପାକିସ୍ତାନ ସଂସଦରେ ପିଏମଏଲଏନ ସାଂସଦ ଆୟାଜ ସାଦିକ କହିଛନ୍ତି । ୨୦୧୯ରେ ପିଓକେରୁ ଅଭିନନ୍ଦନଙ୍କୁ ଗିରଫ କରିଥିଲା ପାକ ସେନା । ଏହାକୁ ନେଇ ଶାସକ ଓ ବିରୋଧୀ ଦଳ ସାଂସଦଙ୍କୁ ନେଇ ଆୟୋଜିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ପାକ ବିଦେଶ ମନ୍ତ୍ରୀ ଶାହ ମହମ୍ମଦ କୁରେସି ଅଭିନନ୍ଦନଙ୍କୁ ନ ଛାଡିଦେବା ପ୍ରସ୍ତାବ ଦେଇଥିଲେ ।

ଆଉ କହିଥିଲେ ୱିଙ୍ଗ କମାଣ୍ଡରଙ୍କୁ ମୁକ୍ତନକଲେ ରାତି ସୁଦ୍ଧା ଭାରତ ଆକ୍ରମଣ କରିଦେବ । ଏହାଶୁଣି ପାକିସ୍ତାନ ସେନାଧ୍ୟକ୍ଷ କମର ବାଜୱା ମଧ୍ୟ ଭୟରେ ଥରି ଯାଇଥିଲେ ବୋଲି ସଂସଦରେ କହିଛନ୍ତି ସାଂସଦ ଆୟାଜ ସାଦିକ । ସବୁ ସମୟରେ ଇମ୍ରାନ ସରକାରଙ୍କ ନିଷ୍ପତ୍ତିକୁ ବିରୋଧୀ ଦଳ ସମର୍ଥନ ଦେଇ ଆସୁଛନ୍ତି, ହେଲେ ଏଣିକି ଏପରି ହେବ ନାହିଁ ବୋଲି ସାଦିକ ସଂସଦରେ କହିଛନ୍ତି ।