ବାରମ୍ବାର ହଟଗୋଳ କରି ନିଲମ୍ବିତ ହେଲେ ବିରୋଧୀ ସାଂସଦ: କାଲି ୪ଜଣ ଓ ଆଜି ୧୯ଜଣ ସାଂସଦଙ୍କ ଉପରେ ଲାଗିଲା କଟକଣା

110

କନକ ବ୍ୟୁରୋ: ବିଭିନ୍ନ ପ୍ରସଙ୍ଗ ନେଇ ସଂସଦରେ ଜୋରଦାର ହଟଗୋଳ କରୁଛନ୍ତି ବିରୋଧୀ ଦଳର ସାଂସଦ । ସୋମବାର ଲୋକସଭାର ୪ଜଣ କଂଗ୍ରେସ ସାଂସଦଙ୍କୁ ବାଚସ୍ପତି ନିଲମ୍ବନ କରିଥିଲେ ଆଉ ମଙ୍ଗଳବାର ୧୯ଜଣ ବିରୋଧୀ ସାଂସଦଙ୍କୁ ନିଲମ୍ବନ କରିଛନ୍ତି ରାଜ୍ୟସଭା ସଭାପତି । ନିଲମ୍ବିତ ହୋଇଥିବା ସାଂସଦ ହେଉଛନ୍ତି ସୁଷ୍ମିତା ଦେବ, ଡକ୍ଟର ଶାନ୍ତନୁ ସେନ, ଡୋଲା ସେନ୍, ଶାନ୍ତା ଛେତ୍ରି, ମହମ୍ମଦଦ ଅବଦୁଲା, ଏଏ ରହିମ, ଏଲ ଯାଦବ, ବିବି ଶିବାନନ୍ଦ, ଅବୀର ରଂଜନ, ନଦୀମୁଲ ହକ । ଦରଦାମ ବୃଦ୍ଧିକୁ ବିରୋଧ କରି ମୌସୁମୀ ଅଧିବେଶନ ଆରମ୍ଭରୁ ହିଁ ବିରୋଧୀ ସାଂସଦମାନେ ହଙ୍ଗାମା କରି ଗୃହକାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି । ସେପଟେ ସରକାର କହୁଛନ୍ତି ସମସ୍ତ ପ୍ରକାର ଆଲୋଚନା ପାଇଁ ସରକାର ପ୍ରସ୍ତୁତ କିନ୍ତୁ ବିରୋଧୀ ସାଂସଦମାନେ ଗୃହର ଗରିମା ଓ ସମ୍ମାନକୁ ଆଖି ଆଗରେ ରଖି ଶାନ୍ତିପୂର୍ଣ୍ଣ ତରିକାରେ ନିଜ ନିଜର ଦାବି ଜଣାଇବା ଉଚିତ ।