ନିଆଁ ଲିଭାଇବାକୁ ନିୟୋଜିତ ହେବେ ଓଡ୍ରାଫ ଟିମ । ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁ ଲିଭାଇବ ଓଡ୍ରାଫ ।

143

କନକ ବ୍ୟୁରୋ: ଜଙ୍ଗଲ ନିଆଁ ଲିଭାଇବାକୁ ନିୟୋଜିତ ହେବେ ଓଡ୍ରାଫ ଟିମ । ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁ ଲିଭାଇବ ଓଡ୍ରାଫ । ଟାସ୍କ ଫୋର୍ସ ଟିମର ଅଧ୍ୟକ୍ଷ ସନ୍ଦୀପ ତ୍ରିପାଠୀଙ୍କ ସୂଚନା । ସେହିପରି ଜଙ୍ଗଲ ନିଆଁକୁ ଲିଭାଇବାକୁ ରାଜ୍ୟ ସରକାର ୯ ଜଣିଆ ଟାସ୍କ ଫୋର୍ସ ଟିମ ମଧ୍ୟ ଗଠନ କରିଛନ୍ତି ।

ଗତ କିଛି ଦିନ ହେବ ମୟୂରଭଞ୍ଜର ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିଯାଇଥିଲା । ବର୍ତ୍ତମାନ ଏହି ନିଆଁ ଭୟଙ୍କର ହେବାରେ ଲାଗିଛି । ନିଆଁ ଧିରେ ଧିରେ ବ୍ୟାପିବାରେ ଲାଗିଛି । ଅଗ୍ନିଶମ ବାହିନୀ ନିଆଁ ଲିଭାଇବା କାମରେ ନିୟୋଜିତ ଅଛନ୍ତି । ବର୍ତ୍ତମାନ ନିଆଁ ଲିଭାଇବା କାମକୁ ଏବେ ବ୍ୟାପକ କରିବାକୁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର ।

କେବଳ ଶିମିଳିପାଳ ନୁହେଁ ବଲାଙ୍ଗିର, ନୟାଗଡ, ଢେଙ୍କାନାଳ, ଚନ୍ଦକା ଜଙ୍ଗଲ ଆଦି ପ୍ରମୂଖ ଜଙ୍ଗଲ ଗୁଡିକରେ ନିଆଁ ଲାଗିଛି । ଏହି ନିଆଁକୁ ଲିଭାଇବାକୁ ଏବେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି ।