ବଢିଚାଲିଛି ଦେହଜୀବୀଙ୍କ ସଂଖ୍ୟା। ବାଲେଶ୍ୱରରେ ସର୍ବାଧିକ ଏକ ହଜାର ୫୦।

3,284

କନକ ବ୍ୟୁରୋ : ରାଜ୍ୟରେ ବଢିଚାଲିଛି ଦେହଜୀବୀଙ୍କ ସଂଖ୍ୟା । ରାଜ୍ୟର ୨୨ ଜିଲ୍ଲାରେ ୧୦ ହଜାର ୨୧୦ ଦେହଜୀବୀ ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ୫୧ ଜଣ ଏଡସର ଆକ୍ରାନ୍ତ ଥିବା ଜଣାପଡିଛି । ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ବାଲେଶ୍ୱରରେ ସର୍ବାଧିକ ଏକ ହଜାର ୫୦ ଜଣ ଦେହଜୀବୀ ଅଛନ୍ତି । ମୟୂରଭଞ୍ଜ ଓ କୋରାପୁଟରେ ୭୫୦ ଜଣ ଲେଖାଏଁ ଦେହଜୀବୀ ରହିଛନ୍ତି । ଖୋର୍ଦ୍ଧାରେ ୬୧୦ ଦେହଜୀବୀ ଥିବା ବେଳେ ଢେଙ୍କାନାଳରେ ସର୍ବନିମ୍ନ ୧୫୦ ଦେହଜୀବୀ ଅଛନ୍ତି ।

ଓସାକସ ଏନଜିଓ ମାଧ୍ୟମରେ ଦେହଜୀବୀଙ୍କୁ ସଚେତନ କରାଇବା ସହ ଡାକ୍ତରୀ ସୁବିଧା ବି ଯୋଗାଇ ଦେଇଛନ୍ତି । ଓସାକସ ଅଧିକାରୀଙ୍କ କହିବା ଅନୁସାରେ ୧୦ହଜାର ୨୧୦ ଦେହଜୀବୀଙ୍କ ମଧ୍ୟରୁ ୫୧ ଜଣ ଏଚଆଇଭି ପଜିଟିଭ ଆକ୍ରାନ୍ତ ଅଛନ୍ତି । ସେପଟେ ରାଜ୍ୟ ସରକାରଙ୍କ ତଥ୍ୟକୁ ଖଣ୍ଡନ କରିଛନ୍ତି ଭୁବନେଶ୍ୱରର ଦେହଜୀବୀ । କହିଛନ୍ତି କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ପାଇଁ ସମସ୍ତଙ୍କୁ ବଦନାମ କରାନଯାଉ ।