ଘୋଷଣା ହେଲା ସାହିତ୍ୟ ପାଇଁ ନୋବେଲ ପୁରସ୍କାର। ଫ୍ରାନ୍ସର ଲେଖିକା ଆନି ଏର୍ନକ୍ସଙ୍କୁ ମିଳିବ ସମ୍ମାନ।

77

କନକ ବ୍ୟୁରୋ: ସାହିତ୍ୟ ପାଇଁ ଘୋଷଣା ହୋଇଛି ସମ୍ମାନଜନକ ନୋବେଲ ପୁରସ୍କାର । ଫ୍ରାନ୍ସର ଲେଖିକା ଆନି ଏର୍ନକ୍ସଙ୍କୁ ସାହିତ୍ୟ ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯିବ । ସ୍ୱିଡୀଶ ରାଜଧାନୀ ଷ୍ଟକହୋମରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଘୋଷଣା କରିଛି ନୋବେଲ ପୁରସ୍କାର କମିଟି । ଆନିଙ୍କୁ ତାଙ୍କ ବହି କରେଜ ଆଣ୍ଡ କ୍ଲିନିକାଲ ଆକ୍ୟୁଟି ପାଇଁ ନୋବେଲ ପୁରସ୍କାର ଦିଆଯିବ । ଆନ୍ନିଙ୍କ ଏହି ବହିରେ ବ୍ୟକ୍ତିଗତ ସ୍ମୃତିର ମୂଳ, ପ୍ରଣାଳୀ ଓ ସାମୂହିକ ପ୍ରତିବନ୍ଧକକୁ ଉଜାଗର କରାଯାଇଛି । ଏର୍ନକ୍ସ ଫ୍ରେଞ୍ଚ ସମେତ ଇଂରାଜୀରେ ଅନେକ ଉପନ୍ୟାସ, ନାଟକ ଲେଖିଛନ୍ତି ।

ଆନି କିଛି ଫିଲ୍ମର କାହାଣୀ ମଧ୍ୟ ଲେଖିଛନ୍ତି । ୧୯୪୦ରେ ଜନ୍ମିତ ଆନି ବହୁଚର୍ଚ୍ଚିତ ‘ଜର୍ଣ୍ଣାଲ ଡୁ ଡେହୋର୍ସ’, ‘ଲା ଭି ଏକ୍ସଟିରିୟର’ ପୁସ୍ତକ ଲେଖିଛନ୍ତି । ଏହି ପୁସ୍ତକରେ ସେ ତାଙ୍କ ପିଲାଦିନର ଜୀବନକୁ ସ୍ଥାନ ଦେଇଛନ୍ତି । ପୁରସ୍କାର ଘୋଷଣା ପୂର୍ବରୁ ମୁମ୍ବାଇରେ ଜନ୍ମିତ ଲେଖକ ସଲମାନ ରୁଶଦୀଙ୍କୁ ସାହିତ୍ୟରେ ନୋବେଲ ପୁରସ୍କାର ପାଇବା ପାଇଁ ଅନ୍ୟତମ ଦାବିଦାର କୁହାଯାଉଥିଲା । କିନ୍ତୁ ତାଙ୍କୁ ନିରାଶ ହେବାକୁ ପଡ଼ିଛି ।